Sunday, 17 May 2026
କଳାହାଣ୍ଡି

ସିଙ୍ଗାରୀ ଘାଟି ରାସ୍ତା ନିର୍ମାଣ କେବେ ? ଠିକାଦାର ପୋଷା ପାଇଁ ମରାମତି ନାଁରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା

କଲମପୁର: କଳାହାଣ୍ଡି ଜିଲ୍ଲାର କଲମପୁର ଏବଂ ଆଦିବାସୀ ବହୁଳ ଥୁଆମୁଳ ରାମପୁର ବ୍ଲକ ମଧ୍ୟରେ ଯାତାୟାତ ପାଇଁ ଏକମାତ୍ର ରାସ୍ତା ହେଉଛି ସିଙ୍ଗାରୀ ଘାଟି ରାସ୍ତା। ପୂର୍ତ୍ତ ବିଭାଗ ମାଧ୍ୟମରେ ୮୦ ଦଶକରେ ସିଙ୍ଗାରୀ ଘାଟି ମଧ୍ୟରେ କିଛି ରାସ୍ତା ନିର୍ମାଣ ଆରମ୍ଭ ହେଇଥିଲା। ଦୀର୍ଘ ୪୫ ବର୍ଷ ଧରି ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ପୂର୍ତ୍ତ ବିଭାଗର ଭବାନୀପାଟଣା ଉପବିଭାଜନ ଏବଂ ଜୁନାଗଡ ଉପବିଭାଜନ ଅଧୀନରେ ରହିଛି ସିଙ୍ଗାରୀ ଘାଟିର ୮ କିଲୋମିଟର ରାସ୍ତା। କିନ୍ତୁ ଏହି ୮ କିଲୋମିଟର ରାସ୍ତା ନିର୍ମାଣ ହେବାରେ ଏବେ ବାଧକ ସାଜିଛି ଜଙ୍ଗଲ ଆଇନ। ସିଙ୍ଗାରୀ ଜଙ୍ଗଲ ସଂରକ୍ଷିତ ଜଙ୍ଗଲ ଅଧୀନରେ ଥିବାରୁ ଏହି ଜଙ୍ଗଲ ଆଇନ ବାଧକ ସାଜିଛି। ଖଣି ଖାଦାନ ପାଇଁ ରାତା ରାତି ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହେଉଥିବା ବେଳେ ଲୋକଙ୍କ ବିକାଶ ପାଇଁ କିନ୍ତୁ ଏ ଦିଗରେ କାହାରି ଆନ୍ତରିକତା ଥିବା ଜଣାପଡ଼ୁନାହିଁ। ସେପଟେ ରାସ୍ତା ମରାମତି ନାଁରେ ଠିକାଦାରଙ୍କୁ ପୋଷିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL