Sunday, 17 May 2026
ଓଡ଼ିଶା ନୟାଗଡ଼

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍: ଚାଳକ ମୃତ, ହେଲପରଙ୍କ ସମେତ ୯ ଗୁରୁତର

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗଛକୁ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପରଙ୍କ ସମେତ ୯ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏଣେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମୃତକ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ବୀରେନ୍ ସାହାଣୀ। ଏଣେ ଗୁରୁତର ହେଲେ ହେଲପର୍ ଖଜୁରୀପଡ଼ାର  ସିଲୁ ସାହାଣୀ। ଏହାଛଡ଼ା ଶିଶୁଆ ନାୟକ ନାମକ ଜଣେ ଯାତ୍ରୀ ଗୁରୁତର ଥିବା ଜଣାଯାଇଛି।

ମୃତକଙ୍କ ପରିଚୟ ମିଳିଛି। ସେ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ବୀରେନ୍ ସାହାଣୀ। ଏଣେ ଗୁରୁତର ହେଲେ ହେଲପର୍ ଖଜୁରୀପଡ଼ାର  ସିଲୁ ସାହାଣୀ। ଏହାଛଡ଼ା ଶିଶୁଆ ନାୟକ ନାମକ ଜଣେ ଯାତ୍ରୀ ଗୁରୁତର ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସ୍ଟି ରାଇକିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଯାତ୍ରୀଙ୍କ କହିବା ଅନୁଯାୟୀ ଚାଳକ ବାଟରେ ମଦ୍ୟପାନ କରିଥିଲେ। ଏଥିଲାଗି  ସୋରଡା ଛକରେ ବସଟି ଭାରସାମ୍ୟ ଗଛରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।  ଖବର ପାଇ ନୂଆଗାଁ ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ମୃତକ ଓ ଗୁରତରମାନଙ୍କୁ  ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣା ଫଳରେ କିଛି ସମୟ ପାଇଁ ସୋରଡ଼ା ଛକରେ ଭିଡ଼ ପରିଲକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL