Sunday, 17 May 2026
ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ଅଧାକାମ ଛାଡି ଠିକା ସଂସ୍ଥା ଛୁ ଗୋଦାମ ରେ ଖତ ଖାଉଛି ସ୍ମାର୍ଟ ବୋର୍ଡ ଓ ଟିଭି….

ଅଧାକାମ ଛାଡି ଠିକା ସଂସ୍ଥା ଛୁ..: -ଗୋଦାମ ରେ ଖତ ଖାଉଛି ସ୍ମାର୍ଟ ବୋର୍ଡ ଓ ଟିଭି
ରେଙ୍ଗାଲି: ଡ଼ିସେମ୍ବର 9
(ଡ଼ଃ ନିବେଦିତା ନାଥ )

ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଙ୍କ ପତ୍ର ସଂଖ୍ଯା ୪୭୩୧୭ ତା.୨୪।୧୧।୨୦୨୪ ରେ ସମସ୍ତ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସ୍ ରୁମ୍ ରେ ସ୍ମାର୍ଟ ବୋର୍ଡ ରେ ଶିକ୍ଷାଦାନ କରିବାକୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ପ୍ରତି କଲେଜ ରେ କାର୍ଯ୍ୟକାରୀ ହେଉଛି କି ନାହିଁ ଅଚାନକ ପରିଦର୍ଶନ କରିବାକୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଙ୍କୁ ମଧ୍ଯ ନିର୍ଦ୍ଦେଶ ଦିଆଯାଇ ଯେଉଁ କଲେଜ ନିର୍ଦ୍ଦେଶନାମା ଉଲଙ୍ଘନ କରୁଥିବାର ଜଣାପଡିବ ସଂପୃକ୍ତ କଲେଜ ର ଅଧ୍ୟକ୍ଷ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ରେ ତାଗିଦ୍ କରାଯାଇଛି।
ଗୋଟିଏ ପଟେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଏତେ କଡା ନିର୍ଦ୍ଦେଶ ଦେଇଥିବା ବେଳେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଅନ୍ତର୍ଗତ ଲଇଡା ଦୁତିକା ସାହୁ ମହାବିଦ୍ୟାଳୟ ଗୋଦାମ ରେ ଗତ ଏକ ବର୍ଷ ହେଲା ୩ଟି ସ୍ମାର୍ଟ ଟିଭି ଏବଂ ସ୍ମାର୍ଟ ବୋର୍ଡ ଖତ ଖାଉଛି। ଏହି ପରିପ୍ରେକ୍ଷୀ ରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ ଏହି କଲେଜ ରେ କିପରି ପାଳନ ହେବ ତାହା ଅନୁମାନ ସାପେକ୍ଷ। ସ୍ମାର୍ଟ କ୍ଲାସ୍ ରୁମ୍ ରେ ସ୍ମାର୍ଟ ବୋର୍ଡ, ସ୍ମାର୍ଟ ଟିଭି ଇନ୍ ଷ୍ଟଲ୍ କରିବା ଏବଂ ଆବଶ୍ୟକ ଚୌକି ଟେବୁଲ ଯୋଗାଇବ ପାଇଁ ଅନୁବନ୍ଧିତ ଭୂବନେଶ୍ୱର ଏକ ସଂସ୍ଥା ଅଧା କାମ କରି ବର୍ଷେ ହେଲା କୁଆଡେ ଛୁ ହୋଇଯାଇ ଦେଖା ଦର୍ଶନ ଦେଉନାହିଁ। ଫଳ ରେ ଛାତ୍ର ଛାତ୍ରୀ ସ୍ମାର୍ଟ କ୍ଲାସ୍ ମାଧ୍ୟମ ରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ରୁ ବଞ୍ଚିତ ହେଉଛନ୍ତି। ଉଲ୍ଲେଖଯୋଗ୍ଯ ଯେ ସ୍ମାର୍ଟ କ୍ଲାସ ପାଇଁ ଏହି ମହାବିଦ୍ୟାଳୟ କୁ ୪ଟି ସ୍ମାର୍ଟ ବୋର୍ଡ ଏବଂ ୪ଟି ସ୍ମାର୍ଟ ଟିଭି ଇନଷ୍ଟଲ୍ କରିବା ପାଇଁ ଆଣି ଠିକା ସଂସ୍ଥା ର କର୍ମଚାରୀ ମହାବିଦ୍ୟାଳୟ ଗୋଦାମ ରେ ରଖିଥିଲେ। ସେଥି ମଧ୍ଯ ରୁ ମାତ୍ର ଗୋଟିଏ ସ୍ମାର୍ଟ ବୋର୍ଡ ଓ ସ୍ମାର୍ଟ ଟିଭି କାନ୍ଥ ରେ ଲଗାଇ କୁଆଡେ ଗଲେ ଯେ ଏକ ବର୍ଷ ହେଲା ଆଉ ସେମାନଙ୍କ ଦେଖା ନାହିଁ। ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL