Sunday, 17 May 2026
ଅନ୍ତର୍ଜାତୀୟ ଜାତୀୟ

ଚୀନ୍‌ର ସାମ୍ନା କରିବାକୁ ହେଲେ ଆମେରିକାକୁ ଭାରତର ସମର୍ଥନ ଜରୁରୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୨୫% ମୂଳ ଶୁଳ୍କ ଏବଂ ରୁଷରୁ ଅଶୋଧିତ ତୈଳ କ୍ରୟ ନେଇ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛନ୍ତି। ଏହି ଭାରୀ ଶୁଳ୍କ ପାଇଁ ଏବେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଆମେରିକା ଏବେ ପାକିସ୍ତାନ ସହ ନିଜ ସମ୍ପର୍କ ମଜବୁତ କରିବାରେ ଲାଗିପଡ଼ିଛି। ଏମଧ୍ୟରେ ଜାତିସଂଘରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲି ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ, ଆମେରିକା-ଭାରତ ସମ୍ପର୍କ ଭୁଶୁଡ଼ିବାକୁ ଯାଉଛି। ଯଦି ଆମେରିକା ଚୀନର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାକୁ ରୋକିବାକୁ ଚାହେଁ, ତେବେ ତାକୁ ଭାରତ ସହିତ ସମ୍ପର୍କକୁ ପ୍ରାଥମିକତା ଦେବାକୁ ପଡିବ।

ବୁଧବାର ନ୍ୟୁଜୱିକ୍‌ରେ ପ୍ରକାଶିତ ଏକ ଲେଖାରେ, ହେଲି ଲେଖିଛନ୍ତି ଯେ, ଆମେରିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାକୁ ଅଣଦେଖା କରିବା ଉଚିତ୍ ନୁହେଁ ଯେ ଆମର ଲକ୍ଷ୍ୟ ହେଉଛି ଚୀନ୍। ଚୀନର ସମ୍ମୁଖୀନ ହେବା ପାଇଁ ଆମେରିକା ପାଖରେ ଭାରତ ରୂପରେ ଜଣେ ବନ୍ଧୁ ରହିବା ଉଚିତ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL