Thursday, 21 May 2026
ମୟୂରଭଞ୍ଜ

ଶିମିଳିପାଳରେ ମୁକ୍ତ ଭାବରେ ବୁଲୁଛନ୍ତି ଉଭୟ ବାଘୁଣୀ ଯମୁନା ଓ ଜୀନତ୍

ବାରିପଦା: ଏନକ୍ଲୋଜରୁ ବାହାରି ଜଙ୍ଗଲକୁ ଗଲା ବାଘୁଣୀ ଜୀନତ। ଗତକାଲି ରାତି ସାଢେ ୯ଟାରେ ଫାଟକ ଖୋଲିବା ପରେ ବାଘୁଣୀ ବାହାରକୁ ବାହାରିଥିଲା। ବାଘୁଣୀ ଜୀନତ ବର୍ତ୍ତମାନ ଜଙ୍ଗଲରେ ବିଶ୍ରାମ ନେଉଛି। ଶିମିଳିପାଳ ଉତ୍ତର ଡିଭିଜନର ତିନୋଟି ଦଳ ଦ୍ୱାରା ବାଘୁଣୀର ଗତିବିଧିକୁ ନେଇ ୨୪ ଘଣ୍ଟା ଯାଏ ନଜର ରଖାଯାଉଛି। ବର୍ତ୍ତମାନ ଉଭୟ ବାଘୁଣୀ ଯମୁନା ଏବଂଜୀନତ ଶିମିଳିପାଳରେ ମୁକ୍ତ ଭାବରେ ବୁଲୁଛନ୍ତି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ସଫ୍ଟ ଏନ୍‌କ୍ଲୋଜର ମଧ୍ୟରେ […]

ଭଦ୍ରକ

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ଭଦ୍ରକ: କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଚରମ୍ପା  ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି।  ରାଣିତାଲ ନିକଟରେ ଧୂଆଁ ବାହାରିବାର ଦେଖିବାକୁ ପାଇଥିଲେ ଲୋକେ। ରମ୍ଭିଳା ନିକଟରେ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ବ୍ରେକ ବାଇଣ୍ଡିଂରୁ ଟ୍ରେନ୍‌ରେ ନିଆଁ ଲାଗିଥିବା ସୂଚନା ରହିଛି। ତେବେ ରେଳବାଇ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଏହାଫଳରେ ପ୍ରାୟ ୨୦ ମିନିଟ୍ ବିଳମ୍ବରେ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ […]

ବୌଦ୍ଧ

ବୌଦ୍ଧରେ ୨ ମାଓବାଦୀ ଶିବିର ଠାବ

ସମାଜ ଡିଜିଟାଲ ଡେସ୍କ: ବୌଦ୍ଧ ଜିଲାରେ ୨ଟି ମାଓବାଦୀ ଶିବିର ଠାବ ହୋଇଛି। ଜିଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲର କନକା ଏବଂ କୁଆକୁମୁଡ଼ା ଅଞ୍ଚଳରୁ ଏହି ଶିବିର ଠାବ କରିଛନ୍ତି ଡିଭିଏଫ ଏବଂ ଏସଓଜି ଯବାନ। ଯବାନଙ୍କ ପକ୍ଷରୁ ଉକ୍ତ ଜଙ୍ଗଲରେ କୋମ୍ବିଂ ଅପରେସନ ଜାରି ରହିଥିଲା। ଏହି ସମୟରେ କନକାରେ ଗୋଟିଏ ଏବଂ କୁଆକୁମୁଡ଼ାରେ ଗୋଟିଏ ମାଓବାଦୀ ଶିବିର ରହିଥିବା ଦେଖିବାକୁ ମିଳିଥିଲା। ସେଠାରୁ ଯବାନମାନେ ବହୁ ପରିମାଣର ମାଓବାଦୀ ସାମଗ୍ରୀ […]

ବାଲେଶ୍ଵର

ମୋବାଇଲ ଲୁଟ୍ କରି ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ସୋର: ମୋବାଇଲ ଲୁଟ୍ କରି ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ହେଲେ ଗୋପାଳପୁର ମଦନପୁର ଅଞ୍ଚଳର କହ୍ନେଇ ମଳିକ । ଅନିତା ଓ  ତାଙ୍କ ପୁଅ ଉକ୍ତ ଯୁବକଙ୍କ ପିଛା କରି ଯାଉଥିବା ବେଳେ କହ୍ନେଇ ମଡର୍ନ ହୋଟେଲ ନିକଟରେ ଭାରସାମ୍ୟ ହରାଇ ଗାଡ଼ିରୁ ପଡ଼ି ଯାଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ଆଜି […]

ରାଉରକେଲା ସୁନ୍ଦରଗଡ

ଉତ୍ତମ ଆଚରଣ ପାଇଁ ମୁକୁଳିଲେ ୨ ହତ୍ୟାକାରୀ

ରାଉରକେଲା: ଉତ୍ତମ ଆଚରଣ ପାଇଁ ରାଉରକେଲା ସ୍ବତନ୍ତ୍ର କାରାଗାରରୁ ମୁକୁଳିଛନ୍ତି ଦୁଇ ଆସାମୀ। ପୃଥକ୍‌ ମାମଲାରେ ଉଭୟେ ୧୪ ବର୍ଷ ଜେଲ୍‌ଦଣ୍ଡ ଭୋଗିବାପରେ ମଙ୍ଗଳବାର ପୂର୍ବାହ୍ନରେ ଜେଲ୍‌ର ଚାରିକାନ୍ଥ ଭିତରୁ ବାହାରିଛନ୍ତି। ଏହି ଦୁଇଜଣ ହେଉଛନ୍ତି ବିଶ୍ରା ଥାନା ଅନ୍ତର୍ଗତ କୁଡ଼ାହୁଡାଙ୍ଗ ଗାଁର ରାଜେନ୍ଦ୍ର ଭୂୟାଁ(୬୧) ଓ ଖଇରଟୋଲାର ମଧୁସୂଦନ ବଡ଼ାଇକ ଓରଫ୍‌ ଚକରୁ(୫୨)। ଉଲ୍ଲେଖଯୋଗ୍ୟ, ଉଭୟେ ହତ୍ୟା ମାମଲାରେ ଜେଲ୍‌ ଭିତରେ ବନ୍ଦୀ ଥିଲେ। ୨୦୦୯ ଜୁନ ୧ ତାରିଖର ଘଟଣା। ରାଜେନ୍ଦ୍ର ପୂର୍ବ ଶତ୍ରୁତାକୁ […]

ବଲାଙ୍ଗିର

ନବଜାତ ଶିଶୁକନ୍ୟା ବିକ୍ରି ମାମଲା: ବନ୍ଧା ହେଲେ ନିଲମ୍ବିତ ଏଏନ୍ଏମ୍

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ନିଲମ୍ବିତ ଏଏନ୍ଏମ୍ ମମତା ଭୋଇଙ୍କୁ ଲାଠୋର ଥାନା ପୁଲିସ ଗିରଫ କରିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଏଏନ୍ଏମ୍ ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ନିଲମ୍ବନ କରିଥିଲେ। ଆଶାକର୍ମୀ ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ୧୦ ଦିନ ପରେ  ବଲାଙ୍ଗୀର ଶିଶୁସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ପଚରାଉଚରା ବେଳେ […]

ବରଗଡ

ଧାନଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ: ୧୦ ଏକର ଚାଷ ଜମିର ଧାନ ପୋଡ଼ି ପାଉଁଶ

ବରଗଡ଼: ଧାନଜମିରୁ କଳେଇ ଆଣି ଖଳାରେ ଗଦାମାରି ରଖାଯାଇଥିଲା। ତେବେ ଏଥିରେ ନିଆଁ ଲାଗି ଧାନଗଦା ଜଳିଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବୀରଜାମ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଆଁଲାଗି ଖଳାରେ ଗଦା ମରାଯାଇଥିବା ୧୦ ଏକର ଜମିର ଧାନ ଜଳିଯାଇଛି। ଚାଷୀମାନେ କ୍ଷେତରୁ ଧାନ ଅମଳ କରି ଖଳାରେ ରଖିଥିଲେ। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଧାନଗଦାରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ରାତିରେ ଧାନଗଦା ଜଳୁଥିବା ଦେଖି ଗ୍ରାମବାସୀମାନେ ଅଗ୍ନିଶମ […]

ଅନ୍ତର୍ଜାତୀୟ

ଇସ୍ରାଏଲ ବିରୋଧରେ ‘ରାସାୟନିକ ଅସ୍ତ୍ର’ ପ୍ରୟୋଗ କରିପାରେ ଇରାନ

ଯୁଦ୍ଧବିରତି ଚୁକ୍ତି ନିମନ୍ତେ ଇସ୍ରାଏଲ ଓ ଲେବାନନ୍‌ର ହେଜବୁଲ୍ଲା ରାଜି ହୋଇଛନ୍ତି, କିନ୍ତୁ ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ   ଲାଗିଛି। ଆଗକୁ ଇସ୍ରାଏଲ ବିରୋଧରେ ଇରାନ ନିଜର ଆକ୍ରମଣକୁ ଆହୁରି ସଂଗଠିତ ଓ ଭୟାନକ କରିବ। ଜେରୁଜେଲମ୍‌: ଯୁଦ୍ଧବିରତି ଚୁକ୍ତି ନିମନ୍ତେ ଇସ୍ରାଏଲ ଓ ଲେବାନନ୍‌ର ହେଜବୁଲ୍ଲା ରାଜି ହୋଇଛନ୍ତି, କିନ୍ତୁ ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ   ଲାଗିଛି। ଆଗକୁ ଇସ୍ରାଏଲ ବିରୋଧରେ ଇରାନ ନିଜର ଆକ୍ରମଣକୁ ଆହୁରି […]

ଅନ୍ତର୍ଜାତୀୟ

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଇଣ୍ଡିଆ ସହଯୋଗୀ ଦଳକୁ ଏକ ନିର୍ଣ୍ଣାୟକ ବିଜୟରେ ପହଞ୍ଚାଇବା ପରେ ହେମନ୍ତ ସୋରେନ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଞ୍ଚି: ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଇଣ୍ଡିଆ ସହଯୋଗୀ ଦଳକୁ ଏକ ନିର୍ଣ୍ଣାୟକ ବିଜୟରେ ପହଞ୍ଚାଇବା ପରେ ହେମନ୍ତ ସୋରେନ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ ଲଗାତାର […]

ଅନ୍ତର୍ଜାତୀୟ

ଶପଥ ନେଲେ ପ୍ରିୟଙ୍କା: ସଂସଦ ଦେଖିଲା ଗାନ୍ଧୀ ପରିବାରର ୩ୟ ମହିଳା ସାଂସଦ

କେରଳର ୱାୟାନାଡରୁ ବିଜୟୀ ହୋଇଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହେବେ ଗାନ୍ଧୀ ପରିବାରର ତୃତୀୟ ମହିଳା ସାଂସଦ। ୱାୟାନାଡ: ​​କେରଳର ୱାୟାନାଡରୁ ବିଜୟୀ ହୋଇଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ରାଜ୍ୟସଭାରେ ରାବେରେଲି ସାଂସଦ ତଥା ତାଙ୍କ ଭାଇ ରାହୁଲ […]

Suchana Tv @2025. All Rights Reserved || Developed By CBSPL