Sunday, 17 May 2026
ବଲାଙ୍ଗିର

ନବଜାତ ଶିଶୁକନ୍ୟା ବିକ୍ରି ମାମଲା: ବନ୍ଧା ହେଲେ ନିଲମ୍ବିତ ଏଏନ୍ଏମ୍

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ନିଲମ୍ବିତ ଏଏନ୍ଏମ୍ ମମତା ଭୋଇଙ୍କୁ ଲାଠୋର ଥାନା ପୁଲିସ ଗିରଫ କରିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଏଏନ୍ଏମ୍ ମମତା ଭୋଇଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ନିଲମ୍ବନ କରିଥିଲେ।

ଆଶାକର୍ମୀ ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ୧୦ ଦିନ ପରେ  ବଲାଙ୍ଗୀର ଶିଶୁସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ପଚରାଉଚରା ବେଳେ ଶିଶୁକନ୍ୟାର ମା’ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଶିଶୁସୁରକ୍ଷା ଅଧିକାରୀ ଲାଠୋର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ନଭେମ୍ବର ୧୯ ତାରିଖରେ ଗାଁରେ ପହଞ୍ଚିଥିଲେ।

ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମ ପାଲିପଡ଼ାର ଅମୃତ ନାଗଙ୍କ ସ୍ତ୍ରୀ ଅରୁଣାବତୀ ନାଗ ଗତ ନଭେମ୍ବର ୨ ତାରିଖରେ ସୁନାମୁଦୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପରଦିନ ଅର୍ଥାତ୍ ନଭେମ୍ବର ୩ ତାରିଖରେ ଆଶାକର୍ମୀ ମା’ ଓ ଶିଶୁର ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆସିଥିଲେ। ଏହି ସମୟରେ ସେ ଶିଶୁକନ୍ୟାକୁ ଦେଖିବାକୁ ପାଇ ନଥିଲେ। ତେଣୁ ସେ ଅରୁଣାଙ୍କୁ ଶିଶୁକନ୍ୟା ସମ୍ପର୍କରେ ପଚାରିଥିଲେ। ତେବେ ପୂର୍ବରୁ ୫ ଜଣ ସନ୍ତାନ ଥିବା ଓ ଆର୍ଥିକ ପରିସ୍ଥିତି ଠିକ ନ ଥିବାକୁ ଶିଶୁର ଲାଳନପାଳନ କରିବା ପାଇଁ ସେ  ତାଙ୍କ ସମ୍ପର୍କୀୟ ଦମ୍ପତିଙ୍କୁ ଟେକିଦେଇଥିବା କହିଥିଲେ।

ଆଶାକର୍ମୀ ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ୧୦ ଦିନ ପରେ  ବଲାଙ୍ଗୀର ଶିଶୁସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ପଚରାଉଚରା ବେଳେ ଶିଶୁକନ୍ୟାର ମା’ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଶିଶୁସୁରକ୍ଷା ଅଧିକାରୀ ଲାଠୋର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ନଭେମ୍ବର ୧୯ ତାରିଖରେ ଗାଁରେ ପହଞ୍ଚିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅରୁଣାଙ୍କୁ ଘଟଣାକୁ ନେଇ ପଚାରିଥିଲେ। ତେବେ ଅରୁଣାର ପ୍ରସବ କରାଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ମମତା ଭୋଇ ଲାଠୋରର ଆଲୋକ ଅଗ୍ରୱାଲଙ୍କ ମାଧ୍ୟମରେ ରାମପୁରର ଆଭା ଅଗ୍ରୱାଲ ଓ ରବୀନ୍ଦ୍ର ଅଗ୍ରୱାଲଙ୍କୁ ଶିଶୁକନ୍ୟାକୁ ଦେଇଥିବା କହିଥିଲେ।

ମହିଳା ସ୍ୱାସ୍ଥ୍ୟକର୍ମୀ ଶିଶୁବିକ୍ରି ଘଟଣାକୁ ଖଣ୍ଡନ କରୁଥିବା ବେଳେ ଦୀର୍ଘ ୧୮ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ କିଛି ନ ଜଣାଇବା ସହ ଶିଶୁକୁ ଦେବା ବେଳେ ଆଇନ ଅନୁଯାୟୀ କୌଣସି ପଦକ୍ଷେପ ନେଇ ନ ଥିବା ସ୍ବାସ୍ଥ୍ଯ କର୍ମୀଙ୍କ କାର୍ଯ୍ୟଶୈଳୀ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ଏହା ଜାଣି ଉପମୁଖ୍ୟମନ୍ତ୍ରୀ ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ପୁଲିସ ଓ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ସନ୍ଦେହ ପରେ ତଦନ୍ତ କରି ମମତା ଭୋଇଙ୍କୁ ପ୍ରଶାସନ ଆଜି ନିଲମ୍ବିତ କରା ଯାଇଥିଲା।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL