Sunday, 17 May 2026
ବୌଦ୍ଧ

ବୌଦ୍ଧରେ ୨ ମାଓବାଦୀ ଶିବିର ଠାବ

ସମାଜ ଡିଜିଟାଲ ଡେସ୍କ: ବୌଦ୍ଧ ଜିଲାରେ ୨ଟି ମାଓବାଦୀ ଶିବିର ଠାବ ହୋଇଛି। ଜିଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲର କନକା ଏବଂ କୁଆକୁମୁଡ଼ା ଅଞ୍ଚଳରୁ ଏହି ଶିବିର ଠାବ କରିଛନ୍ତି ଡିଭିଏଫ ଏବଂ ଏସଓଜି ଯବାନ। ଯବାନଙ୍କ ପକ୍ଷରୁ ଉକ୍ତ ଜଙ୍ଗଲରେ କୋମ୍ବିଂ ଅପରେସନ ଜାରି ରହିଥିଲା। ଏହି ସମୟରେ କନକାରେ ଗୋଟିଏ ଏବଂ କୁଆକୁମୁଡ଼ାରେ ଗୋଟିଏ ମାଓବାଦୀ ଶିବିର ରହିଥିବା ଦେଖିବାକୁ ମିଳିଥିଲା। ସେଠାରୁ ଯବାନମାନେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। କୋମ୍ବିଂ ଅପରେସନ ସମ୍ପର୍କରେ ଆଗୁଆ ସୂଚନା ପାଇ ମାଓବାଦୀମା​‌ନେ ସେଠାରୁ ଖସି ପଳାଇଥିବା ଅନୁମାନ କରାଯାଉଛି।

Tag:

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL