Sunday, 17 May 2026
ସମ୍ବଲପୁର ସମ୍ବଲପୁର

ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ -୭ଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ(ଡ଼ଃ ନିବେଦିତା ନାଥ)

ରେଙ୍ଗାଲି, ସମ୍ବଲପୁର, ଡ଼ିସେମ୍ବର 12

ସମ୍ବଲପୁର ଜିଲ୍ଲାର ରେଙ୍ଗାଲିସ୍ଥିତ ନୂଆ ରମ୍ପେଲା ହାଇସ୍କୁଲ ଠାରେ ଆଜି ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହେଇଯାଇଛି।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମୁରଲୀଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଏ କେ ଏମ୍ ରୋବୋଟିକ ର ଅଧ୍ୟକ୍ଷ ଡଃ ଆଶିଷ କୁମାର ମାହାଣା ମୁଖ୍ଯ ଅତିଥି ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଦୀପ ପ୍ରଜ୍ବଳନ ପରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝରଣା କୁମାରୀ ବେହେରା।ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍ଦେଶ୍ଯ ସଂପର୍କରେ ସୂଚନା ଦେଇଥିଲେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପାର୍ଥ ସାରଥୀ ପ୍ରଧାନ।

ଏହି ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ୯ଟି ବ୍ଳକ ଓ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବିଦ୍ୟାଳୟରୁ ଯାନବାହାନ ଓ ଯୋଗାଯୋଗ, ଉତ୍ସ ପ୍ରବନ୍ଧନ,ବର୍ଜ୍ୟବସ୍ତୁର ପରିଚାନା,ଗଣିତ ପ୍ରକଳ୍ପ, ପ୍ରାକୃତିକ କୃଷି,ଖାଦ୍ୟ ,ବିପର୍ଯ୍ୟୟର ପରିଚାଳନା ଆଦି ବିଷୟ ଉପରେ ପର୍ଯ୍ୟବେସିତ ୧୨୬ଟି ପ୍ରକଳ୍ପ ମନୋନୀତ ହେଇଆସିଥିଲା।ଏଥି ମଧ୍ଯରୁ ୭ଟି ପ୍ରକଳ୍ପ ରାଜ୍ୟସ୍ତରରେ ଭାଗ ନେବାକୁ ମନୋନୀତ ହେଇଛନ୍ତି।

ଅପରାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ବିଶିଷ୍ଟ ବୈଜ୍ଞାନିକ ଡଃ ଶେଷ କିଶାନ ମୁଖ୍ଯ ଅତିଥି ,ଏନ ଏଲ୍ ସି ଲିମିଟେଡର ଡି ଜି ଏମ୍ ସୁବ୍ରତ କୁମାର ବିଶ୍ବାଳ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁର୍ଗାପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଛାତ୍ରୀମାନେ ସ୍ଵାଗତ ସଂଗୀତ ପରିବେଷଣ କରିବା ପରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପାର୍ଥ ସାରଥୀ ପ୍ରଧାନ ବିଜ୍ଞାନ ପ୍ରଦର୍ଶନୀର ବିବରଣୀ ପ୍ରଦାନ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଙ୍ଗଳ ତାଙ୍କ ବକ୍ତବ୍ଯରେ ବିଜ୍ଞାନ ପ୍ରଦର୍ଶନୀ ପିଲାମାନଙ୍କ ମଧ୍ଯରେ ବୈଜ୍ଞାନିକ ଚିନ୍ତନ ସମସ୍ୟା ସମାଧାନ କରିବାରେ ସାହାଯ୍ଯ କରେବୋଲି କହିଥିଲେ।ମୁଖ୍ଯ ଅତିଥି ଡଃ କିଶାନ କହିଲେ ଯଦି ମନୋବଳ ଦୃଢ ଜୀବନରେ ସଫଳତା ସୁନିଶ୍ଚିତ।

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ବାରା ଆୟୋଜିତ ଏହି ବିଜ୍ଞାନ ପ୍ରଦର୍ଶନୀକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଦୀପାଳି ଚୌଧୁରୀ,ମଧୁସୂଦନ ମିଶ୍ର, ରାକେଶ ସାହୁ,ଶୈଳବାଳା ଦାଶ ପ୍ରମୁଖ ସହଯୋଗ କରିଥିଲେ।ଶିକ୍ଷକ ମିଳନ ହୋତା ,ଶୁଭଲକ୍ଷ୍ମୀ ସେନାପତି,ଦେବସ୍ମିତା ରାଉତ ସଭାରେ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL