Sunday, 17 May 2026
ଅନ୍ତର୍ଜାତୀୟ ପୁରୀ ରାଜ୍ୟ

‘World Records Book of India’ରେ, ସ୍ଥାନ ପାଇଲେ ସୁଦର୍ଶନ ପଟ୍ଟନାୟକ

ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁଣି ଏକ ରେକର୍ଡ଼ ହାସଲ କରିଛନ୍ତି। ଚଳିତ ବର୍ଷ କଟକ ବାଲିଯାତ୍ରା ରେ ନିଆରା ବାଲିର ବୋଇତ ତିଆରି କରି ସୁଦର୍ଶନ ପଟ୍ଟନାୟକ ‘World Records Book of India’ ରେ ସ୍ଥାନ ପାଇଛନ୍ତି। ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନୂଆ ଢଙ୍ଗରେ ବାଲି ବୋଇତ କରି ଏହି ରେକର୍ଡ଼ କରିଛନ୍ତି। ୨୪୦ ଟନ ବାଲି ବ୍ୟବହାର କରାଯାଇ ୫୦ ଫୁଟ୍ ଲମ୍ବ ଓ ୩୦ ଫୁଟ ଓସାର ବିଶିଷ୍ଟ ବାଲୁକା ଚିତ୍ର କଳା ତିଆରି କରାଯାଇଛି। ଏଥିରେ ୧୨ ହଜାର ଗୁଆ, ୩୫୦ ନଡ଼ିଆ ଓ ୧୧୦୦ ମାଟି ଦୀପ ବ୍ୟବହାର କରାଯାଇଚି ଯାହାକି ବେଶ୍ ଆକର୍ଷଣୀୟ ହୋଇଚି। ମାତ୍ର ୬ ଘଣ୍ଟା ରେ ଏହି ନିଆରା ଆକର୍ଷଣୀୟ ବାଲୁକା ଚିତ୍ର କଳା ନିର୍ମାଣ ହୋଇଥିବାରୁ ଏହ ବିଶ୍ଵ ରେକର୍ଡ ରେ ସ୍ଥାନ ପାଇଛି।

କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ‘World Records Book of India’ ପକ୍ଷରୁ ଆସିଥିବା ବିଚାରକମାନେ ଏହି ପ୍ରମାଣ ପତ୍ର ପ୍ରଦାନ ଥିଲେ। ପଦ୍ମଶ୍ରୀ ବିଜେତା ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବର୍ଷ ତମାମ ବିଭିନ୍ନ ବାଲୁକା ଚିତ୍ରକଳା କରି ସମାଜ କୁ ସଚେତନତା ବାର୍ତ୍ତା ଦେଉଛନ୍ତି। ୬୫ ରୁ ଅଧିକ ବିଶ୍ଵସ୍ତରୀୟ ବାଲୁକା ଚିତ୍ରକଳା କାର୍ଯ୍ୟକ୍ରମ ରେ ସେ ସାମିଲ ହୋଇ ବିଭିନ୍ନ ବାଲୁକା ଚିତ୍ରକଳା ନିର୍ମାଣ କରି ସୁଦର୍ଶନ ଦେଶ ବିଦେଶ ରେ ବହୁ ପ୍ରଶଂସା ର ପାତ୍ର ହୋଇଥିବା ବେଳେ ଅନେକ ସରକାରୀ ଓ ବେସରକାରୀ ପୁରସ୍କାର ହାସଲ କରିଛନ୍ତି। ଓଡ଼ିଶାର କଳା, ସଂସ୍କୃତି ଭିତ୍ତିକ ବିଭିନ୍ନ ବାଲୁକା ଚିତ୍ରକଳା କରି ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର ଶିଳ୍ପୀ ଭାବେ ସାରା ବିଶ୍ବରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL