Sunday, 17 May 2026
ଅନୁଗୁଳ

ବୃଦ୍ଧା ମାଆକୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ : ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟାଉନ ତାନା ସୁସୁଗା ଗାଁରେ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାରୁ ବୃଦ୍ଧା ମାଆକୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ। ମୃତକ ଲତା ନାୟକ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ମାଆ ଲତା  ଏବଂ ତାଙ୍କ ପୁଅ ସରୋଜଙ୍କ ମଧ୍ୟ ବଚସା ହୋଇଥିଲା। କ୍ରମଶଃ ଏହା ଉଗ୍ରରୂପ ଧାରଣ କରିଥିଲା। ପରେ ପୁଅ ସରୋଜ ଉତ୍ତ୍ୟକ୍ତ ହୋଇ ଲତାଙ୍କୁ ଏକ ବାଡିରେ ପିଟି ପିଟି ଅତି ନୃଶଂସ ଭାବରେ ହତ୍ୟା କରିଥିଲା। ପରେ ଖବର ପାଇ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଅଟକ ରଖି ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL