Sunday, 17 May 2026
ଓଡ଼ିଶା

ଓଡ଼ିଶାରେ ଆଳୁ ଦର ପୁଣି ବଢ଼ିବା ଆଶଙ୍କା: ଆଳୁ ଗାଡ଼ିକୁ ଅଟକାଇଲେ ମମତା ସରକାର

ପୁଣିଥରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଆଳୁଗାଡ଼ିକୁ ଅଟକା ଯାଇଛି। ଯାଞ୍ଚ କରିବା ବାହାନାରେ ପଶ୍ଚିମବଙ୍ଗ ଅଧିକାରୀ ଆଳୁଗାଡ଼ିଗୁଡ଼ିକୁ ଅଟକାଇଛନ୍ତି। ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ଠାରୁ ପ୍ରାୟ ୨୫ କିଲୋମିଟର ଦୂର ବେଲଦାରେ ଓଡ଼ିଶାକୁ ଆସୁଥିବା ଆଳୁଗାଡ଼ିକୁ ଅଟକିଛି

 

ଜଳେଶ୍ୱର: ପୁଣିଥରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଆଳୁଗାଡ଼ିକୁ ଅଟକା ଯାଇଛି । ଯାଞ୍ଚ କରିବା ବାହାନାରେ ପଶ୍ଚିମବଙ୍ଗ ଅଧିକାରୀ ଆଳୁଗାଡ଼ିଗୁଡ଼ିକୁ ଅଟକାଇଛନ୍ତି । ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ଠାରୁ ପ୍ରାୟ ୨୫ କିଲୋମିଟର ଦୂର ବେଲଦାରେ ଓଡ଼ିଶାକୁ ଆସୁଥିବା ଆଳୁଗାଡ଼ିକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଅଟକାଇଛନ୍ତି। ଏକ ମୌଖିକ ନିର୍ଦ୍ଦେଶ ପରେ ଏଭଳି କରାଯାଇଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

 

ଏନେଇ ପଶ୍ଚିମବଙ୍ଗ ଅଧିକାରୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପଶ୍ଚିମବଙ୍ଗ ସରକାରଙ୍କ ଅନୁମତି ପରେ ହିଁ ଆଳୁ ଟ୍ରକ୍ ଓଡ଼ିଶାରେ ପ୍ରବେଶ କରିବ ବୋଲି ଟ୍ରକ୍ ଡ୍ରାଇଭର କହିଛନ୍ତି । ଗତ ରାତି ଅଧରୁ ଆଳୁ ଟ୍ରକ୍ ଅଟକାଯିବା କାରଣ ସ୍ପଷ୍ଟ ହୋଇନାହିଁ । ଆଳୁଗାଡ଼ିଗୁଡିକୁ ପଶ୍ଚିମବଙ୍ଗ ପୁଲିସ ଜଗି ରହିଥିବା କୁହାଯାଉଛି।

 

ଓଡ଼ିଶାକୁ ଆଳୁ ନେଇ ଆସିବା ବେଳେ ପଶ୍ଚିମବଙ୍ଗ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ୬୦ନମ୍ବର ଜାତୀୟ ରାଜପଥ ବେଲଦା ନିକଟରେ ଏସବୁକୁ ଅଟକାଯାଇଛି । ପଶ୍ଚିମବଙ୍ଗରେ ଆଳୁ ଦର ହ୍ରାସ ନ ପାଇବା ପର୍ଯ୍ୟନ୍ତ ବାହାର ରାଜ୍ୟକୁ ଆଳୁ ଯୋଗାଣ ହେବ ନାହିଁ ବୋଲି ସୂଚନା ମିଳିଛି ।

 

ଫଳରେ ଅନୁମତି ନ ପାଇ ବେଲଦା ନିକଟରେ  ଶହଶହ ଆଳୁ ଟ୍ରକ ଅଟକି ରହିଛି। ପଶ୍ଚିମବଙ୍ଗ ଅଳୁ ଗାଡ଼ି ନ ଛାଡିଲେ ଓଡ଼ିଶାରେ ଆଳୁ ଦର ବଢିବାର ଆଶଙ୍କା ଉପୁଜୁଛି । ଏହା ସହିତ ରାଜ୍ୟରେଆଳୁ ସଙ୍କଟ ମଧ୍ୟ ଦେଖାଯିବାର ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL