Sunday, 17 May 2026
ଗଞ୍ଜାମ

୧୯୧୭ ଜଣ ପ୍ରବାସୀ ଓଡିଆଙ୍କୁ ରାଶନ କାର୍ଡ ବଣ୍ଟନ କଲେ ମନ୍ତ୍ରୀ (ନାରାୟଣ ସାହୁ )

ପୋଲସରା, ଗଞ୍ଜାମ, ଡ଼ିସେମ୍ବର ୧୦, ୨୪

ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ୧୯୧୭ ଜଣ ପ୍ରବାସୀ ଓଡ଼ିଆଙ୍କୁ ନୂତନ ରାଶନ କାର୍ଡ ଡିସେମ୍ବର ୧୦ ତାରିଖ ଦିନ ବଣ୍ଟନ କରାଯାଇଛି। ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲସରା ବ୍ଲକ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଗୋକୁଳାନନ୍ଦ ମଲ୍ଲିକ ଏବଂ ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ , ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା ଯୋଗଦେଇ ୨୬ ଗୋଟି ପଞ୍ଚାୟତର ୧୯୧୭ ଜଣ ପ୍ରବାସୀ ଓଡ଼ିଆଙ୍କୁ ନୂତନ ରାଶନ କାର୍ଡ ବଣ୍ଟନ କରିଥିଲେ। ଏଥିସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ବୃନ୍ଦଙ୍କ ସହ ହିତାଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଓଡ଼ିଶାର ରାଜ୍ୟର ପ୍ରଥମ ପ୍ରଧାନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସଙ୍କ ପ୍ରତିମୃତ୍ତୀ ସ୍ଥାପନ, ଜଳର ସଂରକ୍ଷଣ ପାଇଁ ଧନେଇ ଡ଼୍ୟାମକୁ ଏକ ମିଟର ଗଭୀର କରିବା, ଧାନମଣ୍ଡିରେ ହେଉଥିବା କଟଣି ଛଟଣି ବନ୍ଦ, ଈ କେୱିସି ମାଧ୍ଯମରେ ଭୂତ ରାସନ୍ କାର୍ଡରୁ ଲୋକଙ୍କୁ ବାଦ୍ ଦେଇ ନୂତନ ହିତାଧିକାରୀ ଅନ୍ତର୍ଭୁକ୍ତ କରିବା, ୨୦୨୭ ସୁଦ୍ଧା କେହିବି ରାସନ୍ କାର୍ଡ ଓ ଆବାସ ଯୋଜନାରୁ ବଞ୍ଚିତ ରହିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ମଳିକ କହିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇ ଏହାର ସୁଯୋଗ ନେବାପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏଥିସହ ବିଭିନ୍ନ ବିଦ୍ୟାଳୟ ପାଇଁ ଆସିଥିବା ଖେଳ ସାମଗ୍ରିକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ବଣ୍ଟନ କରାଯାଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର ବେହେରା ମଞ୍ଚ ପରିଚାଳନା ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଅନ୍ଯ କର୍ମଚାରୀ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL