Sunday, 17 May 2026
ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ଏନ୍ ଏଲ୍ ସି ବିସ୍ଥାପିତ ଙ୍କୁ ମିଳୁନି ଆର୍ ଏଣ୍ଡ୍ ସୁବିଧା! ଜିଲ୍ଲାପାଳ ଙ୍କ ଠାରେ ଫେରାଦ!(ଡ଼ଃ ନିବେଦିତା ନାଥ)

ରେଙ୍ଗାଲି, ସମ୍ବଲପୁର, ଡ଼ିସେମ୍ବର 12

ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଖିଣ୍ଡା ପଞ୍ଚାୟତ ରେ ଥିବା କେନ୍ଦ୍ର ସରକାର ଙ୍କ ନବରତ୍ନ ଉଦ୍ୟୋଗ ଏନ୍ ଏଲ୍ ସି କୋଇଲା ଖଣି ତଲାବିରା(୨) ଓ(୩) ଖଣି ପାଇଁ ଜମି ଓ ଘରବାଡି ହରାଇ ଥିବା ଅନେକ ପରିବାର କୁ ଏପର୍ଯ୍ୟନ୍ତ ପୁନର୍ବାସ ଓ ଥଇଥାନ ସୁବିଧା ମିଳିନାହିଁ। ଜମି ଓ ଘର ର କ୍ଷତିପୂରଣ ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ପୁନର୍ବାସ ଥଇଥାନ ଆଇନ୍ ଅନୁସାରେ କୌଣସି ସୁବିଧା କମ୍ପାନୀ ଦେଇ ନଥିବାର ଅଭିଯୋଗ କରି ଆଜି ତଲାବିରା ଗ୍ରାମ ର ବିସ୍ଥାପିତ ପରିବାର ର ଏକ ପ୍ରତିନିଧିଦଳ ଜିଲ୍ଲାପାଳ ଙ୍କ ଠାରେ ଫେରାଦ୍ ପୁନର୍ବାସ ଓ ଥଇଥାନ ସୁବିଧା ଦାବୀ କରିଛନ୍ତି। ଦୀର୍ଘ ବର୍ଷ ହେଲା କମ୍ପାନୀ କୋଇଲା ଖନନ ଓ ପରିବହନ କରି ଅଜସ୍ର ଟଙ୍କା ମୁନାଫା କରୁଥିବା ବେଳେ ଖଣି ପାଇଁ ଭିଟାମାଟି ହରାଇ ବିସ୍ଥାପିତ ହୋଇ ଥିବା ପରିବାର ବର୍ଗ ଙ୍କୁ ପୁନର୍ବାସ ଥଇଥାନ ଆଇନ୍ ଅନୁସାରେ ଆବଶ୍ୟକ ସୁବିଧା ଯୋଗାଇ ଦେଉ ନଥିବାରୁ ବିସ୍ଥାପିତ ପରିବାର ମଧ୍ଯ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଦାବୀ କରାଯିବା ସହିତ ଅନେକ ଥର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇ ଥିଲେ ମଧ୍ଯ ବିସ୍ଥାପିତ ପରିବାରବର୍ଗ ଙ୍କୁ ନ୍ୟାୟ ମିଳୁନାହିଁ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL