Sunday, 17 May 2026
ଓଡ଼ିଶା କଟକ କଳା ଓ ସଂସ୍କୃତି ଜାତୀୟ

ପଦବୀ ଗଲା ପରେ ହୋଇଗଲେ ଅଲୋଡ଼ା…

 

ଦିନ ଥିଲା କଟକ ସହରକୁ ସରସ ସୁନ୍ଦର ,ସାବଲୀଳ ଓ ଦୁର୍ନୀତିମୁକ୍ତ କରିବାରେ ତାଙ୍କର ଅନେକ ଅବଦାନ ଥିଲା । ଭାଇଚାରାର ସହର କଟକକୁ ନେଇ ସେ ଦେଖିଥିଲେ ଅନେକ ସ୍ୱପ୍ନ। ଏବଂ ତାଙ୍କର ପ୍ରତ୍ୟେକଟି ଯୋଜନାକୁ କଟକ ସହରରେ କାର୍ଯ୍ୟକାରୀ କରିବାରେ ସେ ଥିଲେ ସିଦ୍ଧହସ୍ତ। ସକାଳୁ ସକାଳୁ ଦେଖିଲା ବେଳକୁ ଜିଲ୍ଲାପାଳ ମହୋଦୟ ତାଙ୍କର ବିବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ଧରି ସବୁ ଗଳି କନ୍ଦିରେ ବୁଲୁଥାନ୍ତି। ତାଙ୍କ ଆଖିରେ ଥରେ ପଡିଲା କଟକର ତାଳ ଦଂଡା କେନାଲ। ଯାହାକୁ ପରବର୍ତୀ ମୁହୁର୍ତରେ ସେ ବିଶ୍ଵସ୍ଥରୀୟ କରି ଦେଖାଇବାରେ ସଫଳ ହୋଇଥିଲେ କେବଳ ସେତିକି ନୁହେଁ କାତର ଛନ୍ଦି ମନ୍ଦିର , SCB ମେଡ଼ିକାଲ ଓ ହରିହର କ୍ୟାନ୍ସର ହସ୍ପିଟାଲ ଭଳି ବଡ଼ ବଡ଼ ଅନୁଷ୍ଠାନକୁ ବିଶ୍ଵସ୍ଥରୀୟ କରିବା ସହ ଲୋକଙ୍କୁ ସହଜ ସୁବିଧା ସ୍ୱାସ୍ଥ୍ୟସେବା ଯୋଗାଇବାରେ ତାଙ୍କର ବହୁ ଅବଦାନ ଥିଲା । କଟକ ବାଦାମବାଡ଼ି ବସ ଷ୍ଟାଣ୍ଡକୁ ନୂତନ ରୂପରେଖ ଦେଇ ନେତାଜୀ ବସଟର୍ମିନାଲ ଭଳି ବଡ଼ କାର୍ଯ୍ୟ , ସୁବାସ ବୋସ ସେତୁ , କଟକ ସହର ଭିତର ରାସ୍ତା , ରାଣୀହାଟ ଛକ ଇତ୍ୟାଦି ଅନେକ କାମ କରି ସଫଳତାର ଶୀର୍ଷରେ ପହଞ୍ଚ।ଇଥିଲେ ବିଶେଷ କରି କଟକର ଐତିହାସିକ ବାଲିଯାତ୍ରାକୁ କିପରି ଆହୁରି ସରସ ସୁନ୍ଦର କରିହେବ ସେଥିପାଇଁ ସେ ଜାରି ରଖିଥିଲେ ଅନେକ ପ୍ରୟାସ ।

ହେଲେ ଆଜି ସେ କଟକ ପ୍ରଶାସନ ପାଇଁ ହୋଇଯାଇଛନ୍ତି ଅଲୋଡା, କଟକ ବାସୀଙ୍କ ପାଇଁ ସେ ଆଜି ହୋଇଯାଇଛନ୍ତି ଜଣେ ପର ମଣିଷ। ହଁ ଆପଣ ଠିକ ଭାବିଛନ୍ତି ଆମେ କଥା କହୁଛୁ କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ବିଷୟରେ, ଜଣେ ବେଶ କର୍ମଠ , କର୍ତବ୍ୟନିଷ୍ଠା ଜିଲ୍ଲାପାଳ ଭାବେ ଚଇନି ସାରା ଓଡ଼ିଶାରେ ବେଶ ପରିଚିତ। ହେଲେ ବାଲିଯାତ୍ରା ବୁଲିଯିବା ସମୟରେ ତାଙ୍କର ଏକ ଫୋଟୋ ସାମ୍ନାକୁ ଆସିଛି ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି।

କଟକ ବାଲିଯାତ୍ରା ଚାଲିଥିବା ସମୟରେ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ବ୍ୟାରିକେଡ଼ ବାହାରେ ଠିଆ ହୋଇଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା, ଯେଉଁଠି ସେ ଏକ ସାଧାରଣ ମଣିଷ ଭଳି ଏକାକୀ ଠିଆ ହୋଇଥିଲେ। ପଦବୀ ଚାଲିଗଲା ପରେ ଜଣେ ମଣିଷର ଏତେ ସାରା ମହାନ କାମକୁ କେମିତି ଭୁଲିଯାନ୍ତି ଲୋକେ ସେକଥା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। କଟକ ବାଲିଯାତ୍ରାରେ ଦିନେ ନିଜେ ସବୁକିଛି ଆୟୋଜନ କରୁଥିବା ଲୋକଟା ଆଜି ସମସ୍ତଙ୍କ ପାଇଁ ଯେମିତି ହୋଇଯାଇଛି ଅଲୋଡ଼ା, ସମସ୍ତେ ସବୁ ଦେଖି ଚୁପ ହୋଇଯାଇଛନ୍ତି। ଏଭଳି ଅବହେଳାର ଚିତ୍ରକୁ ନେଇ ଅନେକ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ କେଉଁ ଢଙ୍ଗରେ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL