Sunday, 17 May 2026
ବରଗଡ

ଗନ୍ଧମାର୍ଦ୍ଦନ ପର୍ବତରେ ମାଁ ଦୁର୍ଗେ ଦେବୀଙ୍କ ପୂଜା

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ନୃସିଂହନାଥ ପର୍ବତମାଳା ଶିଖରେ ଥିବା ମାଁ ଦୁର୍ଗେଇଦେବୀଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଁ ଙ୍କ ପୂଜାନୋତ୍ସବ ମହା ସମାରୋହରେ ଡିସେମ୍ବର ମାସ ୪/୫ ଦୁଇ ଦିନ ଅନୁଷ୍ଠିତ ହେବ ସେନେଇ ସଭାପତି ଶ୍ରୀ ମଧୂସୁଦନ ପାଣ୍ଡେ ଅଞ୍ଚଳର ତଥା ଓଡ଼ିଶାର ରାଜ୍ୟର ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ମାଁ ଦୂର୍ଗେଇ ଦେବୀ ସହଯୋଗ କରିବା ପାଇଁ ଅନୁରୋଧ ସହ କାମନା କରିଛନ୍ତି। ଶ୍ରୀ ପାଣ୍ଡେ ମୂଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କହିଛନ୍ତି ଯେ,୨୦୧୮ ମସିହାରୁ ଏପର୍ଯ୍ୟନ୍ତ ପୂଜା ପରିଚାଳନା କମିଟିର ସଭାପତି ଭାବେ ରହି କାର୍ଯ୍ୟ ନିର୍ବାହ କରି ଆସୁଛନ୍ତି। ଯାହାକି ସମସ୍ତଙ୍କର ଆନ୍ତରିକତା ସହଯୋଗ ରହିଛି ବୋଲି କହିଛନ୍ତି। ଦୀର୍ଘ ଦିନରୁ ମାଁ ଦୂର୍ଗେଇ ଙ୍କ ପୀଠରେ ପ୍ରବଳ ଭକ୍ତ ସମାବେଶରେ ପର୍ବ ପାଳିତ ହୋଇ ଆସୁଛି।

ହେଲେ ଦୁଃଖର ବିଷୟ ପୀଠରେ ଯିବା ଆସିବା ରାସ୍ତା ନ ଥିବାରୁ ଶ୍ରଦ୍ଧାଳୁ ମାନେ ପାଖାପାଖି ୩ କିଲୋମିଟର ପାହାଡ଼ି ରାସ୍ତା ଉପରେ ବହୁ କଷ୍ଟରେ ଚାଲି ମାଁ ଙ୍କ ସାନିଧ୍ୟ ଲାଭ କରିଥାନ୍ତି। ଅନ୍ୟ ପକ୍ଷରେ ମାଁ ପୂଜାର୍ଚ୍ଚନା ସମାରୋହରେ ବିଦ୍ୟୁତ ମଧ୍ୟ ନ ଥିବାରୁ ଶ୍ରଦ୍ଧାଳୁ ମାନେ ରାତିରେ ମାଁ ପୀଠରେ ଅନ୍ଧାର ରାତ୍ରିରେ ଉଜାଗର ରହିଥାନ୍ତି। କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରୁ ମାଁ ଦୁର୍ଗେଇଦେବୀଙ୍କ ସହ କନ୍ଦେନକନ୍ଦୁଣୀ, ନୃସିଂହ ମହାପ୍ରଭୁ ଆବିର୍ଭାବ ହୋଇ ଥିବା ବେଳେ ମାଁ ଦୁର୍ଗେଇଦେବୀଙ୍କ ଆରାଧ୍ୟ ଦେବୀଙ୍କ ଦୈବୀ ଶକ୍ତି ଉପାସନା ପରମ୍ପରାରେ ସ୍ଵତନ୍ତ୍ରତା ରହିଅଛି। ଭକ୍ତମାନଙ୍କର ଗୁହାରି ସହ ମନୋସ୍କାମନା ପୂର୍ଣ୍ଣ ହୋଇଆସୁଛି। ତେଣୁ ମାଁ ଦୁର୍ଗେଇଦେବ ଙ୍କ ପୀଠରେ ଲାଇଟ ଓ ସିଡି ର ବ୍ୟବସ୍ଥା କରିବା ସହ ଉନ୍ନତିକରଣ ପାଇଁ ସରକାର ଙ୍କ ପାଖରେ ସଭାପତି ଶ୍ରୀ ପାଣ୍ଡେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL