ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଫିଲ୍ମ “କିସ୍ କିସ୍ କୋ ପ୍ୟାର୍ କରୁଁ ୨” ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଅଫିସିଆଲ୍ ଟ୍ରେଲର ରିଲିଜ୍ ହୋଇଯାଇଛି। ଫିଲ୍ମଟି ଡିସେମ୍ବର ୧୨ ତାରିଖରେ ରିଲିଜ୍ ହେବାର ଯୋଜନା ରହିଛି। ପ୍ରଶଂସକମାନେ ଟ୍ରେଲରକୁ ପସନ୍ଦ କରୁଛନ୍ତି। କପିଲ ଶର୍ମା ତାଙ୍କ କମେଡିରେ ତଡକା ଲଗେଇବାକୁ ଯାଉଛଂତି । ସେ ତାଙ୍କ ଶୈଳୀରେ ଫିଲ୍ମରେ ପୁରା ଧମାଲ ମଚେଇଛନ୍ତି।
ଟ୍ରେଲରରେ ଦେଖାଯାଇଛି ଯେ କପିଲ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି ଏବଂ ତାଙ୍କୁ ବିବାହ କରିବା ପାଇଁ ତିନିଥର ଧର୍ମ ପରିବର୍ତ୍ତନ କରିଛନ୍ତି। କିନ୍ତୁ ତିନିଥର ସେ ଅନ୍ୟ କାହାକୁ ବିବାହ କରନ୍ତି। ତାଙ୍କର ତିନି ପତ୍ନୀ ଗୋଟିଏ କୋଠାରେ ଭିନ୍ନ ଭିନ୍ନ ମହଲାରେ ରୁହନ୍ତି। ଏବେ, କପିଲ ଶର୍ମା ତାଙ୍କର ଚତୁର୍ଥ ବିବାହ ଯୋଜନା କରୁଛନ୍ତି। ତାଙ୍କ ଜୀବନରେ ପ୍ରତିଟି ମୋଡ଼ ଏବଂ ମୋଡ଼ରେ ଏତେ ଟ୍ଵିଷ୍ଟ ଆସୁଛିଛ ଯେ ପ୍ରଶଂସକମାନେ ହସି ହସି ବେଦମ ହୋଇଯିବେ । ଟ୍ରେଲରରେ ପୋଲିସ ଦ୍ୱାରା କପିଲ ଶର୍ମାଙ୍କୁ ପିଛା କରାଯାଉଥିବା ମଧ୍ୟ ଦେଖାଯାଇଛି। ପ୍ରଶଂସକମାନେ ଫିଲ୍ମର ଟ୍ରେଲରକୁ ପସନ୍ଦ କରୁଛନ୍ତି। ଟ୍ରେଲରରେ ତ୍ରିଧା ଚୌଧରୀ, ପାରୁଲ ଗୁଲାଟି ଏବଂ ଆୟେଶା ଖାନ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତ୍ରିଧା ଚୌଧରୀ ତାଙ୍କ ଗ୍ଲାମରସ୍ ରେ ଆକୃଷ୍ଠ କରିଛନ୍ତି |




