Friday, 4 September 2026
ମନରଞ୍ଜନ ମୁଖ୍ୟ ଖବର

ମଞ୍ଚ ଉପରେ ଟଳିପଡ଼ିଲେ ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀ

ଓଡ଼ିଶାର ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବାସୁପାଲି ଗାଁରେ ଗୁରୁବାର ସନ୍ଧ୍ୟାରେ ଯାତ୍ରା ପରିବେଷଣ ବେଳେ ମୁଣ୍ଡ ବୁଲାଇବାରୁ ମଞ୍ଚ ଉପରେ ଅଭିନେତା ପୀୟୁଷ ତ୍ରିପାଠୀ ଅଚାନକ ଟଳିପଡ଼ିଥିଲେ।

ସୂଚନା ଅନୁଯାୟୀ, ଯାତ୍ରା ଦଳ ‘ସିଂହବାହିନୀ’ରେ ସାମିଲ ଥିବା ପୀୟୁଷ ‘ଅଡ଼ା’ ନାଟକ ପରିବେଷଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ନାଟକ ପରିବେଷଣ ବେଳେ ହଠାତ୍ ମଞ୍ଚ ଉପରେ ତାଙ୍କୁ ମୁଣ୍ଡ ବୁଲାଇଥିଲା ଏବଂ ସେ ଅଚେତ ହୋଇ ମଞ୍ଚ ଉପରେ ଟଳିପଡ଼ିଥିଲେ।

ଏହାପରେ ତାଙ୍କୁ ତୁରନ୍ତ ବାରକୋଟ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ସୁଦ୍ଧା ପୀୟୁଷଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL