Saturday, 5 September 2026
କନ୍ଧମାଳ ଜ଼ିଲ୍ଲା ମୁଖ୍ୟ ଖବର

ସହଯୋଗର ହାତ ବଢାଇଲା କୃଷି ବିଭାଗ

କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ବ୍ଲକ ବାଉଡିନାଯୁଠାରେ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ସ୍ମିତା ମହାନ୍ତିଙ୍କ ଦ୍ଵାରା କନ୍ଧମାଳ ଜିଲ୍ଲାର ପ୍ରଥମ ଅଏଲ୍ ପାମ୍ ଗଛ ଚାରା ରୋପଣର ଶୁଭାରମ୍ଭ ହୋଇଅଛି।ଜିଲ୍ଲାରେ ଏହା ପ୍ରଥମ ହୋଇଥିବାରୁ ଚାଷୀ ମାନେ ବହୁତ୍ ଖୁସି ହୋଇଛନ୍ତି । ବାଉଡ଼ିନାଯୁ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ଜମିରେ ଏହି ଚାରା ରୋପଣର ଶୁଭାରମ୍ଭ କରାଯାଇଅଛି।

ପ୍ରାୟ ତିନି ହେକ୍ଟର ଜମିରେ ୧୪୩ ଗଛ ଲାଗିପାରିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ। ସରକାର ଙ୍କ ତରଫରୁ ୫୨୫୦ ଟଙ୍କା ହେକ୍ଟର ପିଛା ଏହା ଚାରି ବର୍ଷ ଯାଏଁ କରାଯିବ ବୋଲି ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ସ୍ମିତା ମହାନ୍ତି ଅବଗତ କରାଇଥିଲେ ।ଆଗାମୀ ଦିନରେ ଗଛରୁ ଆଦାୟ ଫଳଗୁଚ୍ଛକୁ ପ୍ରିୟୁନିକ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସରକାରଙ୍କ ଧାର୍ଯ୍ୟ ଦରରେ କ୍ରୟ କରାଯିବ ବୋଲି କମ୍ପାନୀର ଆସିଷ୍ଟାଣ୍ଟ ମ୍ୟାନଜର ସୁବାସ କୁମାର ଜେନା କହିଛନ୍ତି।

ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଅଏଲ୍ ପାମ ଚାରା ସମ୍ପୂର୍ଣ ମାଗଣାରେ ବଣ୍ଟନ ସହ ସରକାରଙ୍କ ତରଫରୁ ଯାହା ଆର୍ଥିକ ସାହାଯ୍ୟ ତାହା ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ ଜି ଉଦୟଗିରି କୃଷି ଅଧିକାରୀ ସରୋଜ କୁମାର ସାହୁ।

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL