ଉତ୍ତମ ଆଚରଣ ପାଇଁ ମୁକୁଳିଲେ ୨ ହତ୍ୟାକାରୀ
ରାଉରକେଲା: ଉତ୍ତମ ଆଚରଣ ପାଇଁ ରାଉରକେଲା ସ୍ବତନ୍ତ୍ର କାରାଗାରରୁ ମୁକୁଳିଛନ୍ତି ଦୁଇ ଆସାମୀ। ପୃଥକ୍ ମାମଲାରେ ଉଭୟେ ୧୪ ବର୍ଷ ଜେଲ୍ଦଣ୍ଡ ଭୋଗିବାପରେ ମଙ୍ଗଳବାର ପୂର୍ବାହ୍ନରେ ଜେଲ୍ର ଚାରିକାନ୍ଥ ଭିତରୁ ବାହାରିଛନ୍ତି। ଏହି ଦୁଇଜଣ ହେଉଛନ୍ତି ବିଶ୍ରା ଥାନା ଅନ୍ତର୍ଗତ କୁଡ଼ାହୁଡାଙ୍ଗ ଗାଁର ରାଜେନ୍ଦ୍ର ଭୂୟାଁ(୬୧) ଓ ଖଇରଟୋଲାର ମଧୁସୂଦନ ବଡ଼ାଇକ ଓରଫ୍ ଚକରୁ(୫୨)। ଉଲ୍ଲେଖଯୋଗ୍ୟ, ଉଭୟେ ହତ୍ୟା ମାମଲାରେ ଜେଲ୍ ଭିତରେ ବନ୍ଦୀ ଥିଲେ। ୨୦୦୯ ଜୁନ ୧ ତାରିଖର ଘଟଣା। ରାଜେନ୍ଦ୍ର ପୂର୍ବ ଶତ୍ରୁତାକୁ […]

