ଜାତୀୟ ମୁଖ୍ୟ ଖବର

ଦିଲ୍ଲୀ ବିଧାନସଭାକୁ ବୋମା ଧମକ; ବଜେଟ ପୂର୍ବରୁ ହାଇ ଆଲର୍ଟ

ମଙ୍ଗଳବାର ସକାଳେ ଦିଲ୍ଲୀ ବିଧାନସଭାକୁ ଉଡ଼ାଇ ଦେବା ପାଇଁ ଧମକ ଖବର ମିଳିବା ପରେ ରାଜଧାନୀରେ ଆତଙ୍କ ଖେଳିଯାଇଥିଲା। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବଜେଟ୍ ଉପସ୍ଥାପନ କରିବାର କିଛି ଘଣ୍ଟା ପୂର୍ବରୁ ଏହି ଧମକ ଦିଆଯାଇଥିଲା। ସରକାରୀ ସୂତ୍ର ଅନୁଯାୟୀ, ପ୍ରଥମ ଧମକପୂର୍ଣ୍ଣ ଇମେଲ୍ ସକାଳ ୭:୨୮ ରେ ବିଧାନସଭାକୁ ପଠାଯାଇଥିଲା,ଏବଂ ଦ୍ୱିତୀୟ ଇମେଲ୍ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ସକାଳ ୭:୪୯ ରେ ପାଇଥିଲେ। ଏହା ଦ୍ୱିତୀୟ ଘଟଣା ଯେଉଁଥିରେ ତାଙ୍କୁ ଏପରି ଧମକ ମିଳିଛି। […]