ଗତକାଲି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ। ତାଙ୍କର ଦିର୍ଘ ଦିନର ରାଜନୈତିକ ଯାତ୍ରା ଏବଂ ଦିର୍ଘ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଭାରତକୁ ଏକ ସ୍ୱତନ୍ତ୍ରତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଭାରତୀୟ ଅର୍ଥନୀତି ହେଉ କି ଜନମଙ୍ଗଳ କାରୀ ଯୋଜନା ମାଧ୍ୟମରେ ହେଉ ସିଏ ସାଧାରଣ ଲୋକଙ୍କ ନିକଟରେ ଜନପ୍ରିୟ ହୋଇପାରିଛନ୍ତି। ସେଥିଲାଗି ସାରା ଭାରତ ବର୍ଷ ତାଙ୍କର ଜନ୍ମ ଦିନକୁ ଧୁମ୍ ଧାମରେ ପାଳନ କରିଥିବା ବେଳେ ବନ୍ଦର ନଗରୀ ପାରାଦ୍ଵୀପରେ ମଧ୍ୟ ଦୀପ ଜାଳି ପ୍ରାର୍ଥନା କରାଯାଇଛି। ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ପାରାଦ୍ଵୀପ ବଡ଼ବଡ଼ିଆ ମାର୍କେଟରେ ଥିବା ମା ଦୁର୍ଗାଙ୍କ ମନ୍ଦିରରେ ଦୀପ ଜାଳି ତାଙ୍କର ଦିର୍ଘାୟୁ କାମନା କରିଥିଲେ ।

ଆସନ୍ତା ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ଯେଉଁ ପ୍ରୟାସ ଜାରି ରହିଛି, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନିଶ୍ଚିତ ପୂରଣ ହେବ ବୋଲି ଶିଳ୍ପ ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସେହିପରି ଯାଜପୁର ଜିଲ୍ଳା ଧର୍ମଶାଳାRE ମଧ୍ୟ ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ଓ଼ରଫ ଲିକୁ ସାହୁଙ୍କ ତତ୍ତ୍ୱାବଧାନରେ ଶତାଧିକ ଦୀପ ପ୍ରଜ୍ୱଳନ କରାଯାଇଛି |
ଖାଲି ସେ ଏକା ନୁହନ୍ତି ତାଙ୍କ ସହିତ ଦୌଡରାଣୀ ଦୁତି ଚାନ୍ଦ ମଧ୍ୟ ଉପସ୍ଥିତ ରହି ଦୀପ ଜଳିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଓ ଦେଶସେବାରେ ସଫଳତା କାମନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା, ଯୁବକ, ମହିଳା ଓ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।


