ପ୍ରେମ କାହାଣୀର ଦୁଃଖଦ ଅନ୍ତ!
କାନପୁର ମହାରାଜପୁରର ସୁଭୌଲି ଗାଁ ନିକଟ ରେଳଲାଇନ କଡ଼ରେ ଏକ ଗଛରୁ ଜଣେ ମହିଳା ଓ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଛି। ଶନିବାର ଅପରାହ୍ନରେ ସ୍ଥାନୀୟ ଲୋକେ ସେହି ରାସ୍ତା ଦେଇ ଯାଉଥିବାବେଳେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏକ ବବୁଲ ଗଛରେ ଗୋଟିଏ ଶାଢ଼ୀର ଦୁଇ ମୁଣ୍ଡରେ ଅଲଗା ଅଲଗା ଫାଶ ଲଗାଯାଇଥିବା ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିଥିଲା। ପୋଲିସର ସୂଚନା ଅନୁସାରେ, ମୃତ ମହିଳା ଓ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। […]
