କେନ୍ଦ୍ର ସରକାରଙ୍କ ନିର୍ବାଚନକୁ ଦୃଷ୍ଟିରେ ରଖି ଆଣିଛନ୍ତି ନୂଆ ନିୟମ ‘SIR’ଯାହାକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିର୍ବାଚନ କମିଶନ ଏବଂ SIR (State Reorganization Issue) ଉପରେ ଉଠାଇଛନ୍ତି ପ୍ରଶ୍ନ । ତାଙ୍କ କହିବା କଥା ଏସଆଇଆର ପରେ ଯେତେବେଳେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହେବ, ସେତେବେଳେ ଭୋଟରମାନେ ନିର୍ବାଚନ କମିଶନ ଏବଂ ବିଜେପି ଦ୍ୱାରା ସୃଷ୍ଟି ହୋଇଥିବା ବିପର୍ଯ୍ୟୟକୁ ଅନୁଭବ କରିବେ। ସେ ସାମ୍ପ୍ରତିକ ବିହାର ନିର୍ବାଚନର ଫଳାଫଳ ସମ୍ପର୍କରେ ମଧ୍ୟ ଅନେକ ଅଭିଯୋଗ ଆଣିଛନ୍ତି ।
ମମତା ଖୋଲାଖୋଲି ବିଜେପିକୁ ଚ୍ୟାଲେଞ୍ଜ କରି କହିଛନ୍ତି, ” ପଶ୍ଚିମବଙ୍ଗରେ ମୋତେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି, ତେବେ ମୁଁ ସାରା ଭାରତବର୍ଷରେ ସେମାନଙ୍କର ମୂଳଦୁଆକୁ ହଲାଇ ଦେବି।” ସେ ଆହୁରି ମଧ୍ୟ କହିଛନ୍ତି, “ବିହାର ନିର୍ବାଚନ ଫଳାଫଳ ଏସଆଇଆରର ଫଳାଫଳ; ବିରୋଧୀ ସେଠାରେ ବିଜେପିର ପଦକ୍ଷେପକୁ ପୂର୍ବାନୁମାନ କରିପାରିଲେ ନାହିଁ। ଯଦି ଏସଆଇଆର ଦୁଇରୁ ତିନି ବର୍ଷ ମଧ୍ୟରେ କରାଯାଏ, ତେବେ ଆମେ ସମସ୍ତ ସମ୍ଭାବ୍ୟ ସମ୍ବଳ ସହିତ ପ୍ରକ୍ରିୟାକୁ ସମର୍ଥନ କରିବୁ।”
ସେ କହିଛନ୍ତି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଏସଆଇଆର ରଖିବା ସୂଚାଇଥାଏ କି କେନ୍ଦ୍ର ସରକାର ସେଠାରେ ଅନୁପ୍ରବେଶକାରୀଙ୍କ ଉପସ୍ଥିତିକୁ ସ୍ୱୀକାର କରୁଛନ୍ତି। ଏସଆଇଆର ବିରୋଧୀ ରାଲିରେ ସେ କହିଛନ୍ତି, “ନିର୍ବାଚନ କମିଶନ ଆଉ ଏକ ନିରପେକ୍ଷ ସଂସ୍ଥା ନୁହେଁ; ଏହା ବିଜେପି କମିଶନ ପାଲଟିଯାଇଛି। ବିଜେପି ସବୁ ପ୍ରକାର ପ୍ରୟାସ କଲେ ମଧ୍ୟ ରାଜନୈତିକ ଲଢେଇ ପ୍ରତିଯୋଗିତାରେ ମୋତେ ପରାସ୍ତ କରିପାରିବ ନାହିଁ।”
ମମତାଙ୍କ ପ୍ରଶ୍ନ ଯଦି ଏସଆଇଆରର ଉଦ୍ଦେଶ୍ୟ ବାଂଲାଦେଶୀ ନାଗରିକଙ୍କୁ ଭୋଟର ତାଲିକାରୁ ବାଦ ଦେବା, ତେବେ ନିର୍ବାଚନ କମିଶନ କାହିଁକି ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ଏହି ପ୍ରକ୍ରିୟା ଲାଗୁ କରିଛନ୍ତି । ସେ କହିଥିଲେ, “ମୁଁ ବାଂଲାଦେଶକୁ ଏକ ଦେଶ ଭାବେ ଭଲ ପାଏ କାରଣ ଆମେ ସମାନ ଭାଷା ବ୍ୟବହାର କରୁ। ମୋର ଜନ୍ମ ବୀରଭୂମିରେ, ନଚେତ୍ ମୋତେ ମଧ୍ୟ ବାଂଲାଦେଶୀ କୁହାଯାଇଥାନ୍ତା ।” ସେ କହିଥିଲେ, ” ମିଜୋରାମ, ମଣିପୁର, ଆସାମରେ ଏସଆଇଆର ଲାଗୁ ନାହିଁ, ଏହା ପଶ୍ଚିମବଙ୍ଗରେ ହେଉଛି କାରଣ, ପଶ୍ଚିମବଙ୍ଗକୁ ଦଖଲ କରିବାକୁ ପଡିବ। ବ୍ରିଟିଶ ଅନେକ ଚେଷ୍ଟା କରି ମଧ୍ୟ ପଶ୍ଚିମବଙ୍ଗ ଦଖଲ କରିପାରିନଥିଲା।”
ରୋହିଙ୍ଗ୍ୟା ପ୍ରବେଶକୁ ନେଇ ସେ କହିଛନ୍ତି, “ସେମାନେ କେଉଁଠାରୁ ଆସୁଛନ୍ତି? ସୀମା ପରିଚାଳନା ଦାୟିତ୍ୱ କାହାର? କେନ୍ଦ୍ର ସରକାରଙ୍କ ଦାୟିତ୍ୱ ସୀମା ପରିଚାଳନା । CISF ବିମାନବନ୍ଦର ଉପରେ ନଜର ରଖିଥାନ୍ତି । କଷ୍ଟମ୍ସ ବିଭାଗ ମଧ୍ୟ ସୀମାରେ ନଜର ରଖିଥାଏ। ନେପାଳ ଭାରତ ସୀମାର ଦାୟିତ୍ୱ କାହାର ? ଏମାନଙ୍କୁ (ଅନୁପ୍ରବେଶକାରୀ) କିପରି ଅନୁମତି ଦିଆଗଲା ? ପଶ୍ଚିମବଙ୍ଗ କବଜା କରିବାକୁ ଚେଷ୍ଟା କରନି, ଆଗାମୀ ନିର୍ବାଚନରେ ଗୁଜରାଟରେ ବିଜେପି ପରାସ୍ଥ ହେବାକୁ ଯାଉଛି ।”


