Tuesday, 20 October 2026
ଜାତୀୟ ମୁଖ୍ୟ ଖବର ରାଜନୀତି

ଦୁଇଟି ଆସନ ଦିଦିଙ୍କ ହାତରୁ ଗଲା!

ନନ୍ଦୀଗ୍ରାମ- ଯେଉଁ ମାଟିରୁ ବଙ୍ଗ ରାଜନୀତିରେ ବଡ଼ ବଡ଼ ଝଡ଼ ଉଠିଛି| ଆଉ ଏବେ ପୁଣି ସେହି ନନ୍ଦୀଗ୍ରାମ ଏବେ ରାଜନୀତିର କେନ୍ଦ୍ରବିନ୍ଦୁ|ଉପନିର୍ବାଚନକୁ ନେଇ ଦିନକୁ ଦିନ ବଢ଼ୁଥିବା ରାଜନୈତିକ ଉଷ୍ମତା ଶୁକ୍ରବାର ହଠାତ୍ ଏମିତି ମୋଡ଼ ନେଲା, ଯାହାକୁ ନେଇ ବଙ୍ଗ ରାଜନୀତିରେ ଜୋରଦାର ଚର୍ଚ୍ଚା| ପ୍ରଥମ ଧମାକା, ମମତା ଶିବିରର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେଙ୍କ ନାମାଙ୍କନ ପ୍ରତ୍ୟାହାର| ରିପୋର୍ଟ ଅନୁସାରେ, ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ ପରେ ସଞ୍ଚିତା ନିର୍ବାଚନ ମଇଦାନରୁ ଓହରିଥିଲେ। […]

ଦେଶ ବିଦେଶ ମୁଖ୍ୟ ଖବର

ପ୍ରେମ କାହାଣୀର ଦୁଃଖଦ ଅନ୍ତ!

କାନପୁର ମହାରାଜପୁରର ସୁଭୌଲି ଗାଁ ନିକଟ ରେଳଲାଇନ କଡ଼ରେ ଏକ ଗଛରୁ ଜଣେ ମହିଳା ଓ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଛି। ଶନିବାର ଅପରାହ୍ନରେ ସ୍ଥାନୀୟ ଲୋକେ ସେହି ରାସ୍ତା ଦେଇ ଯାଉଥିବାବେଳେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏକ ବବୁଲ ଗଛରେ ଗୋଟିଏ ଶାଢ଼ୀର ଦୁଇ ମୁଣ୍ଡରେ ଅଲଗା ଅଲଗା ଫାଶ ଲଗାଯାଇଥିବା ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିଥିଲା। ପୋଲିସର ସୂଚନା ଅନୁସାରେ, ମୃତ ମହିଳା ଓ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। […]

ଜଗତସିଂହପୁର ଜାତୀୟ ଯାଜପୁର

ଦୀପ ଜାଳିଲେ ମନ୍ତ୍ରୀ-ବିଧାୟକ, କଲେ କାମନା !

ଗତକାଲି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ। ତାଙ୍କର ଦିର୍ଘ ଦିନର ରାଜନୈତିକ ଯାତ୍ରା ଏବଂ ଦିର୍ଘ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଭାରତକୁ ଏକ ସ୍ୱତନ୍ତ୍ରତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଭାରତୀୟ ଅର୍ଥନୀତି ହେଉ କି ଜନମଙ୍ଗଳ କାରୀ ଯୋଜନା ମାଧ୍ୟମରେ ହେଉ ସିଏ ସାଧାରଣ ଲୋକଙ୍କ ନିକଟରେ ଜନପ୍ରିୟ ହୋଇପାରିଛନ୍ତି। ସେଥିଲାଗି ସାରା ଭାରତ ବର୍ଷ ତାଙ୍କର ଜନ୍ମ ଦିନକୁ ଧୁମ୍ ଧାମରେ ପାଳନ […]

କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

ଗୋପ ସେଣ୍ଟ ଜାଭିୟର ହାଇସ୍କୁଲରେ ଧୁମଧାମରେ ଗୁରୁଦିବସ ପାଳନ…

ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥପ୍ରଦର୍ଶକ। ଅଜ୍ଞାନତାର ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେଇଯାଆନ୍ତି ଗୁରୁ। ଗୁରୁ-ଶିଷ୍ୟ ପରମ୍ପରାର ଏହି ମହାନ ସମ୍ପର୍କକୁ ସ୍ମରଣ କରି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପାଳିତ ହୋଇଛି ଗୁରୁଦିବସ। ଗୋପସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ମଧ୍ୟ ଏହି ଦିବସକୁ ଧୁମଧାମରେ ପାଳନ କରାଯାଇଛି। ଗୁରୁଙ୍କ ପ୍ରତି ସମ୍ମାନ… ଗୁରୁଙ୍କ ପ୍ରତି କୃତଜ୍ଞତା… ଆଉ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କକୁ ସ୍ମରଣ କରି ଉତ୍ସବମୁଖର ହୋଇଉଠିଥିଲା ଗୋପ ସେଣ୍ଟ ଜାଭିୟର ହାଇସ୍କୁଲ ପରିସର। […]

କେନ୍ଦ୍ରାପଡ଼ା ଜ଼ିଲ୍ଲା ଧର୍ମ ମୁଖ୍ୟ ଖବର

କେନ୍ଦ୍ରାପଡ଼ାରେ ପାଳିତ ହେଲା ‘ଧର୍ମରକ୍ଷା ଦିବସ’….

ପବିତ୍ର ଜନ୍ମାଷ୍ଟମୀ ଅବସରରେ ସ୍ମରଣ କରାଗଲା ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ। କେନ୍ଦ୍ରାପଡ଼ା ଇଚ୍ଛାପୁରସ୍ଥିତ ପ୍ରଭୁ ବଳଦେବଜୀଉଙ୍କ ଯାତ୍ରୀ ନିବାସ ପରିସରରେ ଧର୍ମଜାଗରଣ ସମନ୍ୱୟ ପକ୍ଷରୁ ଆୟୋଜିତ ହୋଇଛି ୧୮ତମ ବଳିଦାନ ସ୍ମୃତି ସମାରୋହ। ‘ଧର୍ମରକ୍ଷା ଦିବସ’ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ସାଧୁସନ୍ଥ, ସମାଜସେବୀ ଓ ଧର୍ମପ୍ରେମୀ। ପବିତ୍ର ଜନ୍ମାଷ୍ଟମୀ… ଆଉ ଏହି ପବିତ୍ର ଅବସରରେ ସ୍ମରଣ କରାଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ। କେନ୍ଦ୍ରାପଡ଼ା ଇଚ୍ଛାପୁରସ୍ଥିତ ପ୍ରଭୁ […]

କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

୫ ବର୍ଷର ଜବରଦଖଲ, ରାସ୍ତା ପାଇଁ ଗର୍ଜିଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ କାଦୁଆ ଗ୍ରାମରେ ରାସ୍ତା ଜବରଦଖଲକୁ ନେଇ ଦିନକୁ ଦିନ ବଢ଼ୁଛି ଉତ୍ତେଜନା। ଗ୍ରାମର ମୁଖ୍ୟ ରାସ୍ତାକୁ ଅତିକ୍ରମ କରି କିଛି ପ୍ରଭାବଶାଳୀ ବ୍ୟକ୍ତି ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏହାଫଳରେ ଗ୍ରାମବାସୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ଉଠିଛି।ଏହି ଘଟଣାକୁ ନେଇ ଗ୍ରାମର ମହିଳା ଓ ସାଧାରଣ ଲୋକେ ଏକାଠି ହୋଇ ତହସିଲଦାରଙ୍କ ନିକଟରେ ଜନଶୁଣାଣି କରିଛନ୍ତି। ଗ୍ରାମବାସୀଙ୍କ […]

ଦେଶ ବିଦେଶ ବିଜେପି ମୁଖ୍ୟ ଖବର ରାଜନୀତି ରାଜ୍ୟ ରାଜନୀତି

ଓଡ଼ିଶା ରାଜନୀତିରେ ବଡ଼ ଚର୍ଚ୍ଚା ଧର୍ମେନ୍ଦ୍ର ହେବେ…….

ଓଡ଼ିଶା ରାଜନୀତିରେ ପୁଣି ଥରେ ଏମିତି ଏକ ଚର୍ଚ୍ଚା ସାମ୍ନାକୁ ଆସିଛି, ଯାହା ଏବେ ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଛି। ପ୍ରଶ୍ନ ଗୋଟିଏ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗାଦି କଣ ସୁରକ୍ଷିତ ଅଛି। ନା ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ ଏକ ବଡ଼ ପରିବର୍ତ୍ତନ। ଆଉ ଏହି ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ କାହିଁକି ବାରମ୍ବାର ଉଠୁଛି। ୨୦୨୪ ନିର୍ବାଚନ ପରେ ଦୀର୍ଘ ବର୍ଷର ଶାସନକୁ ପଛରେ ପକାଇ ଓଡ଼ିଶାରେ ବିଜେପି […]

ବିଜେଡି ବିଜେପି ମୁଖ୍ୟ ଖବର ରାଜନୀତି ରାଜ୍ୟ ରାଜନୀତି

ନବୀନଙ୍କ ଆକ୍ସନ ମୋଡ୍, ପଞ୍ଚାୟତରେ ବିଜେଡିର ଧମାକା!

ଓଡ଼ିଶା ରାଜନୀତିରେ ପୁଣି ଆରମ୍ଭ ହେଲା ବଡ ଚର୍ଚ୍ଚା। ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଆଉ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇବ, ରାଜ୍ୟ ରାଜନୀତିର ପାରା ସେତେ ଉପରକୁ ଯିବ। ଏହାରି ଭିତରେ ଏବେ ଚର୍ଚ୍ଚାର କେନ୍ଦ୍ରରେ ବିଜେଡି। କାରଣ ଦୀର୍ଘ ବର୍ଷ ଧରି ଓଡ଼ିଶାର ଶାସନ କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ଦଳ ଭାବେ ମଇଦାନରେ ରହିଛି। କିନ୍ତୁ ଦଳର ଆଗାମୀ ରାଜନୈତିକ ଯାତ୍ରା ପାଇଁ ପଞ୍ଚାୟତ ନିର୍ବାଚନକୁ ଏକ ବଡ ପରୀକ୍ଷା ଭାବେ […]

ଦେଶ ବିଦେଶ ମୁଖ୍ୟ ଖବର

ନେପାଳ ବନ୍ୟାର ରିଅଲ୍ ଲାଇଫ୍ ହିରୋ ଜୁଏଲ୍ !

ଚାରିଆଡ଼େ କେବଳ ହାହାକାର। ଆଖି ଆଗରେ ଭାସି ଯାଉଛି ଘରଦ୍ୱାର। ମାଟି ତଳେ ଚାପି ହୋଇଯାଉଛି ସ୍କୁଲ। କାନରେ ଶୁଭୁଛି ଲୋକଙ୍କ ଚିତ୍କାର। ଆଉ ସେହି ପ୍ରଳୟର ଛାତି ଉପରେ ଠିଆ ହୋଇଥିଲା ମୃତ୍ୟୁ । କିନ୍ତୁ ଏତେ ବଡ଼ ବିପଦ ସାମ୍ନାରେ ହାର ମାନିନଥିଲା ଜଣେ କୁନି ପିଲା। ବୟସ ମାତ୍ର ୮ ବର୍ଷ। ହାତରେ ନାହିଁ କୌଣସି ଶକ୍ତି। ମନରେ ନାହିଁ କୌଣସି ପ୍ରଶିକ୍ଷଣ, ତଥାପି ଥିଲା ଅସୀମ ସାହସ ଏବଂ ବଞ୍ଚିବାର ଅଦମ୍ୟ […]

କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

ଶହେରୁ ଊର୍ଦ୍ଧ୍ୱ ଗଛରେ ରାକ୍ଷୀ ବାନ୍ଧିଲେ ପରିବେଶବିତ ସରିତା

ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା। ଏହି ଦିନରେ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥାଏ। ହେଲେ ଏହି ପବିତ୍ର ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ଆଳି ବ୍ଲକ ମେଣ୍ଢପୁର ଗ୍ରାମର ଯୁବତୀ ତଥା ପରିବେଶବିତ ସରିତା ସ୍ୱାଇଁ। ତାଙ୍କର ଏହି ନିଆରା ପ୍ରୟାସ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଗଛଟିଏ ଭାଇ ଟିଏ, ଗଛ […]

Suchana Tv @2025. All Rights Reserved || Developed By CBSPL