Tuesday, 20 October 2026
ଜ଼ିଲ୍ଲା ବାଲେଶ୍ଵର ରାଜ୍ୟ ଖବର

ରାଖି ଅଛି,ଭାଇ ଅଛି… ହେଲେ ରାଖି ବାନ୍ଧିବାକୁ ଭଉଣୀ ନାହିଁ

ଆଜି ରାଖି ପୂର୍ଣ୍ଣିମା। ଚାରିଆଡ଼େ ଭାଇ-ଭଉଣୀଙ୍କ ସ୍ନେହ, ଭଲପାଇବା ଓ ଖୁସିର ମାହୋଲ। କେଉଁଠି ଭଉଣୀ ଭାଇର ହାତରେ ରାଖି ବାନ୍ଧୁଛି, ତ ଆଉ କେଉଁଠି ଭାଇ ଭଉଣୀକୁ ଉପହାର ଦେଇ ତା’ର ମୁହଁରେ ହସ ଫୁଟାଉଛି। ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ଗାଁର ଏକ ପରିବାର ପାଇଁ ଚଳିତବର୍ଷର ରାଖି ପୂର୍ଣ୍ଣିମା ପାଲଟିଯାଇଛି ଅସହ୍ୟ ଦୁଃଖର ଦିନ। ଅନେକ ଦିନ ଧରି ଭାଇ ଅପେକ୍ଷା କରିଥିଲା ରାଖି ପୂର୍ଣ୍ଣିମାକୁ। ଭଉଣୀ ଆସିବ, ହାତରେ […]

ଅପରାଧ କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

କଳଙ୍କିତ ସମାଜରେ କେହି ବି ସୁରକ୍ଷିତ ନୁହଁତି ଏମାନଙ୍କୁ…….

ମଣିଷ ଭୁଲିଗଲା କି ମାନବିକତା? ଆଜିର ସମାଜରେ ମାନବିକତା ଓ ସମ୍ବେଦନଶୀଳତାକୁ ନେଇ ଅନେକ ପ୍ରଶ୍ନ ଉଠାଉଥିବା ଏକ ଲଜ୍ଜାଜନକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଜଣେ ମାନସିକ ଭାବେ ଅସୁସ୍ଥ ଯୁବତୀଙ୍କୁ ଏକୁଟିଆ ପାଇ ଜଣେ ଯୁବକ ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ […]

ଜ଼ିଲ୍ଲା ବାଲେଶ୍ଵର ମୁଖ୍ୟ ଖବର

ନ୍ୟାୟ ଦାବି ନେଇ ଥାନା ଆଗରେ ଅହରାତ୍ର ଧାରଣା

ଚନ୍ଦନ ଜେନା (ବାଲେଶ୍ବର) ନ୍ୟାୟ ପାଇଁ ଗର୍ଜିଲା ବାଲିଆପାଳ! ମହିଳା ସରପଞ୍ଚଙ୍କ ସମ୍ମାନହାନି ଅଭିଯୋଗକୁ ନେଇ ତାତିଲା ପରିସ୍ଥିତି। ଅଭିଯୋଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ଦାବିରେ ବାଲିଆପାଳ ଥାନା ସମ୍ମୁଖରେ ଚାଲିଥିଲା ଅହରାତ୍ର ଧାରଣା। ଦ୍ୱିତୀୟ ଦିନରେ ଡିଏସପି ଚାନ୍ଦମଣି ସିଂଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ଶେଷରେ ପ୍ରତ୍ୟାହୃତ ହୋଇଛି ଆନ୍ଦୋଳନ। ଅଭିଯୋଗ ଅନୁଯାୟୀ, ନୂଆଗାଁ ପଞ୍ଚାୟତର ମହିଳା ସରପଞ୍ଚଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଯଶୋବନ୍ତ ପ୍ରଧାନ ଓରଫ ପିଣ୍ଟୁ ଅଶ୍ଳୀଳ ମନ୍ତବ୍ୟ […]

ଜ଼ିଲ୍ଲା ମୁଖ୍ୟ ଖବର ରାଜ୍ୟର ପ୍ରମୁଖ ସହର

ଖରସ୍ରୋତାରେ କୁମ୍ଭୀର ଆତଙ୍କ, ଡଙ୍ଗା ନିକଟରୁ ଟାଣିନେଲା ପାରେଶ୍ୱରଙ୍କୁ !

ସମ୍ବିଦ୍ ନାୟକ (ଆଳି) କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ନଦୀ ପାର ହେବା ପାଇଁ ଡଙ୍ଗା ନିକଟକୁ ଯାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିବା ଅଭିଯୋଗ ଆସିଛି। ନିଖୋଜ ବ୍ୟକ୍ତି ହେଉଛନ୍ତି ରାଜକନିକା ଥାନା ଅଧୀନ ଗଙ୍ଗାଧର ପ୍ରସାଦ ଡିହା ଗାଁର ପ୍ରାୟ ୫୦ ବର୍ଷୀୟ ପାରେଶ୍ୱର ବେହେରା। ଘଟଣାକୁ ନେଇ ପରିବାର ଲୋକଙ୍କ ସମେତ ସ୍ଥାନୀୟ […]

ଜ଼ିଲ୍ଲା ମୁଖ୍ୟ ଖବର ରାଜ୍ୟର ପ୍ରମୁଖ ସହର

ଦାଦନ ଦୁଃଖରେ କନ୍ଧମାଳ: ୧୭ ଦିନରେ ଗଲାଣି ୭ ଜୀବନ

ଅରୁଣ ଷଡଙ୍ଗୀ (କନ୍ଧମାଳ) କନ୍ଧମାଳ ଜିଲ୍ଲାକୁ ପିଛା ଛାଡୁନି ଦାଦନ ଦୁଃଖ! ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାତ୍ର ୧୭ ଦିନ ମଧ୍ୟରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ଚିନ୍ତା ବଢ଼ାଇଛି। ଏହାରି ଭିତରେ କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା କନ୍ଧମାଳ ଟିକାବାଲି ବ୍ଲକ ଗଦଗୁଡ଼ା ଗାଁର ଶୁଭଦେବ ପ୍ରଧାନଙ୍କ ଅକାଳ ମୃତ୍ୟୁ ପରିବାରକୁ ଦୁଃଖରେ ଭସାଇ ଦେଇଛି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଶୁଭଦେବ। ନିଜ […]

ଅପରାଧ ଜ଼ିଲ୍ଲା ମୁଖ୍ୟ ଖବର ରାଜ୍ୟର ପ୍ରମୁଖ ସହର

ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ!

ଧଡୁ ପଟ୍ଟନାୟକ(ପୁରୀ ) ମା’ର ମମତା ଓ ପୁଅର ଭଲପାଇବାର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ! ପୁଅର ସନ୍ଦେହଜନକ କାରନାମାକୁ ନେଇ ଏବେ ପୁରୀରେ ଚାଞ୍ଚଲ୍ୟ। ପୁରୀ କୁମ୍ଭାରପଡ଼ା ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ଜଣେ ମାଆଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଭଡ଼ା ଘରର ରୋଷେଇ ଘର ସ୍ଲାବ ତଳେ ପୋତି ଦିଆଯାଇଥିବା ନେଇ ଘର ମାଲିକ ସନ୍ଦେହ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ପ୍ରାୟ ଦୁଇ ମାସ ତଳେ ଜଣେ ମହିଳା […]

Uncategorized କେନ୍ଦ୍ରାପଡ଼ା ରାଜ୍ୟ

ଯିଏ ସାଜିଥିଲା ସାହାରା ଆଜି ତା ପରିବାର ବେସାହାରା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ବନ୍ୟାର କରାଳ ରୂପ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି । ବନ୍ୟାର କରାଳ ରୂପ ଯୋଗୁଁ ନଦୀକୂଳିଆ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଳି ଧୋୟା ଅଞ୍ଚଳରେ ଏବେ ବି ପ୍ରାୟ ୫ ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ […]

ବିଜେଡି ବିଜେପି ମୁଖ୍ୟ ଖବର ରାଜନୀତି ରାଜ୍ୟ

ଚିନ୍ତାରେ ବାପ’ପୁଅ, କ’ଣ ହେବ ଅରବିନ୍ଦଙ୍କ ରାଜନୈତିକ ଭବିଷ୍ୟତ

ରାଜନୀତିରେ ସଫଳତାର ପାହାଡ ଉପରେ ଛିଡା ହେଉଥିବା ବିଜୟ ୨୦୦୦ ମସିହାରୁ ବିଫଳତାର ସ୍ଵାଦ ଚାଖି ଚାଖି ଆସୁଛନ୍ତି। ନବୀନ କୁଆଡେ ବିଜୟଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର କରି ଦେଇଥିଲେ। ନବୀନଙ୍କ ସହ ପଙ୍ଗା ନେବା ବିଜୟଙ୍କୁ ଭାରି ପଡ଼ିଥିଲା। ଦିନେ ଓଡ଼ିଶା ରାଜନୀତିରେ ନିଜର ଦବଦବା ରଖୁଥିବା ବିଜୟ ମହାପାତ୍ରଙ୍କ ରାଜନୈତିକ ଯାତ୍ରାରେ ପରେ ପରେ ଆସିଥିଲା ଅନେକ ମୋଡ଼। କେତେବେଳେ ଦଳୀୟ ରାଜନୀତି ତ ଆଉ କେତେବେଳେ ନିର୍ବାଚନୀ ଫଳାଫଳ, ବିଜୟଙ୍କ ରାଜନୈତିକ ଭବିଷ୍ୟତକୁ […]

ଅର୍ଥନୀତି ଓଡ଼ିଶା ଜାତୀୟ ମୁଖ୍ୟ ଖବର ରାଜନୀତି

ଓଡ଼ିଶାର ଖଣିକୁ ନେଇ ନବୀନ ଧର୍ମେନ୍ଦ୍ର ମୁହାଁମୁହିଁ!

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌-୨୦୨୬କୁ ନେଇ ଏବେ ଗରମ ହୋଇଛି ଓଡ଼ିଶା ରାଜନୀତି। ସଂସଦରେ ବିଲ୍‌ ପାସ୍‌ ହେବା ପରେ ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୀବ୍ର ବାକ୍‌ଯୁଦ୍ଧ। ଗୋଟିଏ ପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ନବୀନଙ୍କ ଅଭିଯୋଗ ହେଉଛି, ନୂଆ ଆଇନ ଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଉପରେ […]

ମୁଖ୍ୟ ଖବର ଲାଇଫ ଷ୍ଟାଇଲ

ବର୍ଷାଦିନେ କେଶ ଝଡ଼ିବାର ‘ରାମବାଣ’ ଉପଚାର ହେଉଛି ପିଆଜ ଏବଂ ଭୃସଙ୍ଗ ପତ୍ରର ଏହି ତେଲ

ବର୍ଷା ଋତୁରେ ସବୁଠାରୁ ସାଧାରଣ ସମସ୍ୟା ହେଉଛି କେଶ ଝଡ଼ିବା ।ଆର୍ଦ୍ରତା ଯୋଗୁଁ ମୁଣ୍ଡରେ ଲାଗି ରହିବାର କାରଣ , ଏବଂ ପ୍ରଦୂଷଣ କେଶକୁ ଦୁର୍ବଳ କରିଦିଏ, ଯାହା ଫଳରେ ଅଧିକରୁ ଅଧିକ କେଶ ଝଡ଼ିଯାଏ। ଯଦି ଆପଣ ଏହି ସମସ୍ୟାର ସମାଧାନ ଖୋଜୁଛନ୍ତି, ତେବେ ପିଆଜ ତେଲ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ; ସବୁଠାରୁ ଭଲ କଥା ହେଉଛି ଏହାକୁ ଦୋକାନରୁ କିଣିବା ପରିବର୍ତ୍ତେ ଘରେ ତିଆରି କରାଯାଇପାରିବ। ବର୍ଷା ଋତୁରେ କେଶ ଝଡ଼ିବା ହ୍ରାସ ପାଇଁ […]

Suchana Tv @2025. All Rights Reserved || Developed By CBSPL