Saturday, 5 September 2026
ଜାତୀୟ ଜ଼ିଲ୍ଲା ମୟୂରଭଞ୍ଜ ରାଜ୍ୟ ଖବର

ହାଟବାଦଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

ସରକାର ଛୋଟ ଛୋଟ ପିଲାଙ୍କ ପାଇଁ ଖାଦ୍ୟ ପୋଷାକଠୁ ଆରମ୍ଭ କରିପାଠପଢା ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି ମୟୂରଭଂଜ ଜିଲ୍ଲାର କୁସୁମୀ ବ୍ଳକର ହାଟବାଦଡା ପ୍ରାଥମିକ ଵିଦ୍ଯାଳୟ ପରିସରରେ ପୋଷାକ ବଣ୍ଟନ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁସୁମୀ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ମହାମୁନି ହେମ୍ବ୍ରମ ଯୋଗ ଦେଇଥିଲେ । ଏହି କାର୍ଯ୍ଯକ୍ରମରେ ଏବିଇଓ ଜଳେଶ୍ବରୀ ମହାନ୍ତ,ସିଆରସିସି ଭଗବାନ ମହାକୁଡ଼, ପ୍ରଧାନଶିକ୍ଷୟତ୍ରୀ ସୁଲୋଚନା ମୁର୍ମୁ, ସହ […]

ଓଡ଼ିଶା କଂଗ୍ରେସ କୋରାପୁଟ ମୁଖ୍ୟ ଖବର ରାଜନୀତି

କଂଗ୍ରେସର ପ୍ରତିବାଦ ସଭା ସହ ବିଶାଳ ରାଲି

  କୋରାପୁଟ ଜିଲ୍ଲା ନନ୍ଦ ପୁର ବ୍ଲକ ରେ ବ୍ଲକକଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତି ବାଦ ସଭା ଓ ବିକ୍ଷୋଭ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ କର୍ମୀ ସମର୍ଥକ ଓ ନେତୃ ବୃନ୍ଦ ଯୋଗ ଦେଇଥିଲେ। କଂଗ୍ରେସ ଅଭିଯୋଗ ଆଣିଛି ଯେ ବିଜେଡି ଦଳର ଜଣେ କର୍ମୀ ନିଜକୁ କୁଲାର ସିଂ ପଞ୍ଚାୟତ ର ସରପଞ୍ଚ ବୋଲି ପରିଚୟ ଦେଇ ଏକ ବୈଠକ ହଲରେ ପ୍ରବେଶ କରି ଚାଲିଥିବା […]

ଅପରାଧ ଗଞ୍ଜାମ ଜାତୀୟ ଜ଼ିଲ୍ଲା ମୁଖ୍ୟ ଖବର

ଅଶାନ୍ତ ଗଂଜାମ,ଘନ ଘନ ଏନ୍କାଉଣ୍ଟର ପରେ ବି ସ୍ଥିତି ସଂଗୀନ

ଅପାରାଧିଙ୍କୁ ଆଉ ନିସ୍ତାର ନାହିଁ , ଏଣିକି ଅପରଧ କରି ଭୁଇଁ ତଳେ ଲୁଚିଲେ ବି ଖୋଜି କାଢି ଏନ୍କାଉଣ୍ଟର କରିବ ପୋଲିସ | ଅମାନିଆ ଅପରାଧୀଙ୍କୁ ସାବାଡ଼ କରିବାକୁ ୟୁପି ଷ୍ଟାଇଲ ଆପଣାଇବ ଓଡିଶା ପୋଲିସ | ହିଂସା ଖେଳାଇଲେ ଅପରାଧୀଙ୍କୁ କେବଳ ବନ୍ଧୁକ ମୁନରେ ଦିଆଯିବ ଜବାବ |   ଦିନକୁ ଦିନ ଅଶାନ୍ତ ହୋଇଚାଲିଛି ଗଂଜାମ | ଅପରାଧୀଙ୍କ ମନମାନୀ ପାଇଁ ଟେନସନରେ ଗଂଜାମ ପୋଲିସ |କାହିଁକି ଦିନକୁ ଦିନ ଗଂଜାମ ରେ […]

ଅନ୍ତର୍ଜାତୀୟ ମୁଖ୍ୟ ଖବର ସ୍ବାସ୍ଥ୍ୟ

କଙ୍ଗୋ ଏବଂ ଉଗାଣ୍ଡା ଯାତ୍ରାରେ ବ୍ୟାନ ଲଗାଇଲା ଭାରତ

ଇବୋଲା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତ ସରକାର ରବିବାର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନରେ ରହୁଥିବା କିମ୍ବା ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଏବଂ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ସରକାର ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ପରାମର୍ଶଦାତାରେ କହିଛି ଯେ, କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନର ପରିସ୍ଥିତି ଏବଂ […]

ଅପରାଧ ମୁଖ୍ୟ ଖବର

‘ଜ୍ୱାଇଁ ଡ୍ରଗ୍ସର ଆଡିକଟେଡ଼ ଥିଲେ’: ଶ୍ବଶୁର ଆଣିଲେ ସଙ୍ଗୀନ ଅଭିଯୋଗ

ବିବାହର ଛଅ ମାସ ପରେ ତ୍ୱିଶା ଶର୍ମାଙ୍କ ମୃତ ଶରୀର ଶାଶୁ ଘରୁ ଉଦ୍ଧାର କରାଯାଇଥିଲା । ତାଙ୍କ ବାପା ନବନିଧି ଶର୍ମା ଦ୍ୱିତୀୟ ଥର ପାଇଁ ଶବ ବ୍ୟବଚ୍ଛେଦ କରିବାକୁ ଦାବି କରିଛନ୍ତି। ତ୍ୱିଶା ଶର୍ମାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକେ ମାମଲାକୁ ଚପାଇବାକୁ ଚେଷ୍ଟା କରିଥାଇପାରନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ନବ ନିଧି ଶର୍ମା ଦାବି କରିଛନ୍ତି ଯେ ତାଙ୍କ ଝିଅର ମୃତଦେହ ପଚିବା ପୂର୍ବରୁ ଦିଲ୍ଲୀ-ଏମ୍ସକୁ […]

ଅପରାଧ ଜାତୀୟ ନୟାଗଡ଼ ମୁଖ୍ୟ ଖବର

କାଳ ବୈଶାଖୀ ହେଲା ମନ୍ଦିର ପାଇଁ କାଳ, ଲୁଟି ନେଲେ ମା’ଙ୍କ ସୁନା ଓ ରୂପା

ଝଡ଼ର ଫାଇଦା ଉଠାଇଲେ ଲୁଟେରା ଗ୍ୟାଙ୍ଗ, କାଳ ବୈଶାଖୀ ର ପ୍ରଭାବ କାଲି ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଦେଖିବାକୁ ମିଳିଛି। ଯାହାର ପ୍ରଭାବ ମଧ୍ୟ ନୟାଗଡ଼ ଜିଲ୍ଳା ରେ ଦେଖିବାକୁ ମିଳିଛି, ହେଲେ ଏହି ଝଡ ତୋଫାନର ଫାଇଦା ଉଠାଇଛନ୍ତି କିଛି ଲୁଟେରା ଦଳ। ଫତେଗଡରେ ହୋଇଥିବା ମା ବୈଷ୍ଣ ଦେବୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରୀ କରି ପଳାଇଛନ୍ତି ଏହି ଲୁଟେରା ଦଳ । ଖବର ପାଇ ଶରଣକୁଳ ପୁଲିସ ସନ୍ଧାନୀ କୁକୁର […]

ଦେଶ ବିଦେଶ ମୁଖ୍ୟ ଖବର

ଏବେ ବିବାହକୁ ‘ଦାସତ୍ୱର ଶିକୁଳି’ ବୋଲି ମାନୁଛନ୍ତି ନୂତନ ପିଢ଼ି,ପ୍ରତ୍ୟକ ଚାରିଙ୍କ ମଧ୍ୟରୁ ଜଣେ ଅବିବାହିତ ରହିବାକୁ ଚାହୁଁଛି

ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନରେ ଜଣାପଡିଛି, ପ୍ରାୟ ୫୦% ଟିନଏଜର୍ସ ସ୍ୱୀକାର କରିଛନ୍ତି ଯେ ଭବିଷ୍ୟତରେ ବିବାହ କରିବା ସେମାନଙ୍କ ପାଇଁ ଜରୁରୀ ନୁହେଁ। ଭାରତରେ ମଧ୍ୟ – ୟୁଗବ ଏବଂ ସରକାରୀ ପରିସଂଖ୍ୟାରୁ ଏହି ତଥ୍ୟର ସମାନ ଚିତ୍ର ସାମ୍ନାକୁ ଆସୁଛି, ଯେଉଁଠାରେ ପ୍ରତି ଚାରି ଜଣ ଯୁବକ ଯୁବତୀଙ୍କ ମଧ୍ୟରୁ ଜଣେ ବିବାହ ବନ୍ଧନରୁ ଦୂରେଇ ଯାଉଛନ୍ତି। ମିଲେନିଅଲ୍ସରୁ ଜେନଜି ଏବଂ ଜେନ ଆଲ୍ଫା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ, ବିବାହ ଆଉ ଜୀବନରେ କୌଣସି […]

ଦେଶ ବିଦେଶ ମୁଖ୍ୟ ଖବର

ପୁଣି ମହଙ୍ଗା ହେଲା Commercial ଏଲପିଜି ସିଲିଣ୍ଡର

ଆମେରିକା-ଇରାନ ବିବାଦ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅନିଶ୍ଚିତତା ଦେଖାଦେଇଥିବା ବେଳେ, ସରକାର ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୯୯୩ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି: “ଆଜିଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୯୯୩ ଟଙ୍କା ବୃଦ୍ଧି କରାଯାଇଛି। ଦିଲ୍ଲୀରେ, ଗୋଟିଏ ୧୯ କିଲୋଗ୍ରାମର ସିଲିଣ୍ଡରର ମୂଲ୍ୟ ଏବେ ₹୩,୦୭୧.୫୦ ହେବ।” ତଥାପି, ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରି, ଘରୋଇ ଏଲପିଜି […]

ମୁଖ୍ୟ ଖବର ରାଜ୍ୟ ଖବର

ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, […]

ପାଣିପାଗ ମୁଖ୍ୟ ଖବର ରାଜ୍ୟ ରାଜ୍ୟ ଖବର

ଜଳୁଛି ସାରା ଓଡିଶା, ଗରମରୁ ଆଶ୍ୱସ୍ତି ପାଉ ନାହାଁନ୍ତି ରାଜଧାନୀବାସୀ

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ୨୩ ରୁ ୨୫ ଏପ୍ରିଲ ମଧ୍ୟରେ ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପଞ୍ଜାବ, ପୂର୍ବ ରାଜସ୍ଥାନ, ଛତିଶଗଡ଼, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ହେବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ଲୋକମାନଙ୍କୁ ସତର୍କ ରହିବାକୁ ଏବଂ ଅତ୍ୟନ୍ତ ଆବଶ୍ୟକ ହେଲେ ଘରୁ ବାହାରକୁ ବାହାରିବାକୁ ପରାମର୍ଶ ଦିଆଯାଇଛି; ବିଶେଷକରି, ପିଲା ଏବଂ ବୃଦ୍ଧମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ନିଜକୁ ରକ୍ଷା କରିବା ପାଇଁ […]

Suchana Tv @2025. All Rights Reserved || Developed By CBSPL