କୋରାପୁଟ ଜିଲ୍ଲା ନନ୍ଦ ପୁର ବ୍ଲକ ରେ ବ୍ଲକକଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତି ବାଦ ସଭା ଓ ବିକ୍ଷୋଭ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ କର୍ମୀ ସମର୍ଥକ ଓ ନେତୃ ବୃନ୍ଦ ଯୋଗ ଦେଇଥିଲେ। କଂଗ୍ରେସ ଅଭିଯୋଗ ଆଣିଛି ଯେ ବିଜେଡି ଦଳର ଜଣେ କର୍ମୀ ନିଜକୁ କୁଲାର ସିଂ ପଞ୍ଚାୟତ ର ସରପଞ୍ଚ ବୋଲି ପରିଚୟ ଦେଇ ଏକ ବୈଠକ ହଲରେ ପ୍ରବେଶ କରି ଚାଲିଥିବା ଉନ୍ମୋୟନ ମୂଳକ ଆଲୋଚନାରେ ବାଧା ସୃଷ୍ଟି କରିଥିଲେ। ଏହା ସହ ସମ୍ପୃକ୍ତ ବ୍ୟକ୍ତି ସ୍ଥାନୀୟ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରି ତାଙ୍କର ଭାବ ମୂର୍ତ୍ତିକୁ ଆଘାତ କରିଛି ।
ଏହି ଘଟଣା ପ୍ରତିବାଦରେ ନନ୍ଦପୁର ହାଟପଦାଠାରେ ଏକ ଵିଶାଲ ବିକ୍ଷୋବ୍ବ ରାଲି ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଜନ୍ତ ପହଞ୍ଚି ଥିଲା, ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରୂପକ ତୁରୁକ ବ୍ଲକ କଂଗ୍ରେସର ଭିଭନ୍ନ ପଦାଧିକାରୀ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସର କର୍ମକର୍ତ୍ତା ଏବଂ ବହୁ ସଂଖ୍ୟକ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।
ସଭାରେ ବିଜେଡିର 24 ବର୍ଷର ଶାସନ କାଳ ଉପରେ ସମାଲୋଚନା କରି ବିଭିନ୍ନ ଯୋଜନା ରେ ଦୁର୍ନୀତି ହଇଥିବା ଅଭିଯୋଗ ଉଠାଇ ଥିଲା। ସେମାନଙ୍କ କହିବା ଅନୁସାରେ ଉନ୍ମୋୟନ ନାମରେ ବିନାଶ କରାଯାଇଛି. ଏବଂ ବର୍ତ୍ତମାନର ବିଧାୟକଙ୍କ ଲୋକ ପ୍ରିୟତାକୁ ସହିନପାରି ବିରୋଧୀ ଦଳ ଭିତ୍ତି ହୀନ ଅଭିଯୋଗ କରୁଛି। ପ୍ରତିବାଦ ସଭାରେ ବ୍ଲକ ସଭାପତି, ସାଂସଦ ପ୍ରତି ନିଧି, ବିଧାୟକ ପ୍ରତି ନିଧି, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଜିଲ୍ଲା ପୋରିଷୋଦ ସଦସ୍ୟ ଏବଂ ବହୁତ ସଂଖ୍ୟରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ.

