ଏବେଠୁ ଆରମ୍ଭ ହେଲାଣି ପ୍ରବଳ ଭିଡ଼, ଷ୍ଟାଡିଅମ ଆଗରେ ଲାଗିଲାଣି ଲମ୍ବା ଲାଇନ । ଆରସିବି ଡାକରେ କମ୍ପୁଛି ଷ୍ଟାଡିଅମ ବାହାର । କିଏ ଯିବ ଫାଇନାଲ କିଏ ମାରିବ ବାଜି । ଆଇପିଏଲ୍ ୨୦୨୬ର ପ୍ଲେ-ଅଫ୍ ମୁକାବିଲା ଆଜିଠାରୁ ଆରମ୍ଭ ହେଉଛି। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆଜି ସନ୍ଧ୍ୟା ୭:୩୦ରେ ଖେଳାଯିବ ପ୍ରଥମ କ୍ଵାଲିଫାୟର୍ ମ୍ୟାଚ୍। ଚଳିତ ବର୍ଷର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଥିବା ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସାମ୍ନା କରିବ ଗୁଜୁରାଟ ଟାଇଟାନ୍ସ କୁ।

ଏହି ମ୍ୟାଚ୍ରେ ଯେଉଁ ଦଳ ବିଜୟୀ ହେବ, ସେ ସିଧାସଳଖ ଆଇପିଏଲ୍ ଫାଇନାଲ୍ରେ ପ୍ରବେଶ କରିବ। ପରାଜିତ ଦଳକୁ ଫାଇନାଲ୍ରେ ପହଞ୍ଚିବା ପାଇଁ ଆଉ ଏକ ସୁଯୋଗ ମିଳିବ, କିନ୍ତୁ ସେମାନଙ୍କୁ କ୍ଵାଲିଫାୟର୍-୨ ଖେଳିବାକୁ ପଡ଼ିବ। ହେଲେ ଫାଇନାଲ ରହିଛି rcb ହାତରେ ବୋଲି rcb ର ଫ୍ୟାନ ଏବେଠୁ କେକ୍ କାଟିଲେଣି । ଗତ ବର୍ଷ ଆଇପିଏଲ୍ ଟାଇଟଲ୍ ଜିତିଥିବା ଆରସିବି ଏଥର ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ୧୪ଟି ମ୍ୟାଚ୍ ଖେଳି ୯ଟି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହି ଟିମ୍ ପ୍ଲେ-ଅଫ୍କୁ କ୍ଵାଲିଫାୟ କରିଛି। ଦଳର ବ୍ୟାଟିଂ ଓ ବୋଲିଂ ମଧ୍ୟରେ ଥିବା ସନ୍ତୁଳନ ଏବଂ ଖେଳାଳିଙ୍କ ଦୃଢ଼ ମନୋବଳ ପ୍ରଶଂସକଙ୍କୁ ବେଶ୍ ଆଶାବାଦୀ କରିଛି।

ବିଶେଷଜ୍ଞଙ୍କ ମତରେ, ଆରସିବି ଏବେ ବ୍ୟାଟିଂ ନୁହେଁ ବରଂ ଏକ ସମ୍ପୂର୍ଣ୍ଣ ଦଳ ଭାବେ ଖେଳୁଛି, ଯାହା ସେମାନଙ୍କୁ ପୁଣିଥରେ ଚାମ୍ପିଅନ୍ କରିବାରେ ସାହାଯ୍ୟ କରିପାରେ। ସେପଟେ ଗୁଜୁରାଟ ମଧ୍ୟ୍ୟ ନିଜକୁ ଫାଇନାଲ କୁ ନେବା ପାଇଁ ଦଳ ଭିତରେ ଚାଲିଛି ବଡ଼ ପସ୍ତୁତି । ଶୁଭମନ୍ ଗିଲ୍ଙ୍କ ନେତୃତ୍ୱାଧୀନ ଗୁଜୁରାଟ ଟାଇଟାନ୍ସ ମଧ୍ୟ ୧୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ପ୍ଲେ-ଅଫ୍କୁ ଆସିଛି। ଲିଗ୍ ପର୍ଯ୍ୟାୟରେ ଏହି ଦୁଇ ଦଳ ମଧ୍ୟରେ ହୋଇଥିବା ମୁକାବିଲାରେ ଗୁଜୁରାଟ ବାଜି ମାରିନେଇଥିଲା, ଯାହା ଆଜିର ମ୍ୟାଚ୍କୁ ଅଧିକ ରୋମାଞ୍ଚକର କରିଛି। ଗୁଜୁରାଟର ବୋଲିଂ ଆକ୍ରମଣ ଆରସିବିର ଶକ୍ତିଶାଳୀ ବ୍ୟାଟିଂ ଲାଇନ-ଅପ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। କେହି କାହାକୁ କମ ନୁହନ୍ତି ଏପଟେ ବିରାଟ କୋହଲି କୁ ସେପଟେ ଶୁଭମନ ଗିଲ ।

କୋହଲିଙ୍କ ନେତୃତ୍ୱରେ ଦଳ କିପରି ସମ୍ପୂର୍ଣ୍ଣ ଦଳଗତ ପ୍ରଦର୍ଶନ କରୁଛି, ତାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା। ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ଆରସିବି ଆଜିର ମ୍ୟାଚ୍ରେ ନିଜର ଦବଦବା ବଜାୟ ରଖିବାକୁ ଚେଷ୍ଟା କରିବ। ତେଣୁ ଏବେଠୁ rcb ଫ୍ୟାନ ଙ୍କ ପାଟିରେ ସୁଭିଆସୁଛି ଫାଇନାଲ ନେବ rcb l ତେବେ ଦେଖିବାକୁ ବାକି ରହିଲା କୋଉ ଟିମ ଫାଇନାଲ ଯାଉଛି ipl ର ଟ୍ରପି ଧରି ଘର କୁ ଆସୁଛି ।
