Tuesday, 21 July 2026
ଜାତୀୟ ଜ଼ିଲ୍ଲା ମୟୂରଭଞ୍ଜ ରାଜ୍ୟ ଖବର

ହାଟବାଦଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

ସରକାର ଛୋଟ ଛୋଟ ପିଲାଙ୍କ ପାଇଁ ଖାଦ୍ୟ ପୋଷାକଠୁ ଆରମ୍ଭ କରିପାଠପଢା ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି ମୟୂରଭଂଜ ଜିଲ୍ଲାର କୁସୁମୀ ବ୍ଳକର ହାଟବାଦଡା ପ୍ରାଥମିକ ଵିଦ୍ଯାଳୟ ପରିସରରେ ପୋଷାକ ବଣ୍ଟନ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁସୁମୀ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ମହାମୁନି ହେମ୍ବ୍ରମ ଯୋଗ ଦେଇଥିଲେ ।

ଏହି କାର୍ଯ୍ଯକ୍ରମରେ ଏବିଇଓ ଜଳେଶ୍ବରୀ ମହାନ୍ତ,ସିଆରସିସି ଭଗବାନ ମହାକୁଡ଼, ପ୍ରଧାନଶିକ୍ଷୟତ୍ରୀ ସୁଲୋଚନା ମୁର୍ମୁ, ସହ ଶିକ୍ଷୟତ୍ରୀ ପ୍ରଦୀପ କୁମାର କୁମ୍ଭାକାର, ଲକ୍ଷ୍ମୀ ମହାନ୍ତ,ବାସନ୍ତୀ ମୁର୍ମୁ,, ସ୍କୁଲ ଅଭିଭାବକ ସଂଘ ସଭାପତି ରଞ୍ଜନ କୁମାର ଦେ , ସ୍କୁଲକମିଟି ସଭ୍ୟ ବାରିଆଳ ଟୁଡୁ, କିଶୁନଲାଲ ସୋରେନ ପ୍ରମୁଖ ଯୋଗ ଦେଇଥିଲେ ।ଅତିଥିଗଣ ବିଦ୍ୟାର୍ଥୀମାନଙ୍କୁ ଟି ସାର୍ଟ, ଟ୍ରାକ ପେଣ୍ଟ, କେପ ଏବଂ ଆଇଡେଣ୍ଟି କାର୍ଡ ବଣ୍ଟନ କରିଥିଲେ । ନୂତନ ପୋଷାକ ପିନ୍ଧି ପିଲାମାନଙ୍କ ମନରେ ଆନନ୍ଦ ଖେଳିଯାଇଥିଲା।

 

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL