
ଦିନକୁ ଦିନ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ଭୁଷୁଡିବାରେ ଲାଗିଛି । କିଛି ଦିନ ହେବ ମହାକାଳପଡ଼ା ପଞ୍ଚାୟତ ଅଫିସ ଘଟଣା ଲୋକଙ୍କ ମନରୁ ଯାଇନଥିବା ବେଳେ ପୁଣି କୁଜଙ୍ଗ ଅଞ୍ଚଳରେ ଏବେ ଆଇନ ଶୃଙ୍ଖଳା ଉପରେ ଉଠିଛି ପ୍ରଶ୍ନ! ଏଠି ଯିଏ ସତ କହୁଛି ତାରି ଉପରେ ହେଉଛି ମରଣାନ୍ତକ ଆକ୍ରମଣ ।
କେନ୍ଦ୍ରାପଡ଼ା ତିଖିରୀ ସରପଞ୍ଚ ପଞ୍ଚାୟତ ଅଫିସ ଯାଇ ନିଜ ଅଞ୍ଚଳର କାମ ଠିକରେ ହେଉନାହିଁ ବୋଲି ଅଭିଯୋଗ କରିବାରୁ ତାଙ୍କୁ ମାଡ଼ମାରି ଜେଲକୁ ପଠା ଯାଇଥିଲା, ଯାହା ଓଡିଶା ତଥା ଦେଶରେ ଏକ ବଡ ଚର୍ଚ୍ଚାର ବିଷୟ ସାଜିଛି ଯାହାର ନ୍ୟାୟ ଅପେକ୍ଷାରେ ସାରା ରାଜ୍ୟବାସୀ। ସେହିଭଳି କୁଜଙ୍ଗ ୧୫ ନମ୍ବର ନିକଟରେ ବିଜେପି ନେତାଙ୍କର ଥିବା ଏକ ହୋଟେଲରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି।
ଘଟଣାଟି ହେଉଛି କୁଜଙ୍ଗ ଅଞ୍ଚଳର ଜଣେ ଯୁବକ ଉକ୍ତ ହୋଟେଲରେ ଖାଇବାକୁ ଆସି ବିରିୟାନି ଅର୍ଡର କରିଥିଲେ, ଉକ୍ତ ବିରିୟାନିଟି ବାସି ଥିବା ବେଳେ ଆମ୍ବିଳା ବାସିବାରୁ ଯୁବକ ଜଣଙ୍କ ଏହାର ପ୍ରତିବାଦ କରିଥିଲେ। ଫଳରେ ହୋଟେଲ କର୍ମଚାରୀ ଓ ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି କଥା କଟାକଟିରେ ହୋଟେଲ ମାଲିକ ତଥା ବିଜେପି ନେତାଙ୍କ ଭଣଜା ଓ ତାଙ୍କ କର୍ମଚାରୀ ଏକ ଭୁଜାଲିରେ ଉକ୍ତ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଆକ୍ରମଣରେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଦ୍ବାରା ତାଙ୍କ ଫାଟି ଯାଇଥିଲା, ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ସଞ୍ଜୟଙ୍କ ସ୍ତ୍ରୀ କୁଜଙ୍ଗ ଥାନାରେ ଲିଖିତ ଏତଲା ଦେବା ସହିତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏଠି ଗୋଟିଏ କଥା ସୁଚାଇ ଦେଉଛି ଯେ, ଯିଏ ସତ କହିବ ତୁରନ୍ତ ତା ମୁହଁ ବନ୍ଦ କରାଯାଉ ସେ ସରପଞ୍ଚ ଚାମେଲି ଓଝା ହୁଅନ୍ତୁ କି କୁଜଙ୍ଗବାସୀ ସଞ୍ଜୟ କୁମାର ମାଝୀ । ତେବେ ଦେଖିବାକୁ ବାକି ରହିଲା ଆଇନ ଶୃଙ୍ଖଳା ପରିସ୍ଥିତି ଆଗକୁ ଏମିତି ଚାଲିବ ନା ସରକାର ଲଗାଇବେ ବ୍ରେକ!

