Sunday, 17 May 2026
ଅପରାଧ ଜାତୀୟ ନୟାଗଡ଼ ମୁଖ୍ୟ ଖବର

କାଳ ବୈଶାଖୀ ହେଲା ମନ୍ଦିର ପାଇଁ କାଳ, ଲୁଟି ନେଲେ ମା’ଙ୍କ ସୁନା ଓ ରୂପା

ଝଡ଼ର ଫାଇଦା ଉଠାଇଲେ ଲୁଟେରା ଗ୍ୟାଙ୍ଗ, କାଳ ବୈଶାଖୀ ର ପ୍ରଭାବ କାଲି ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଦେଖିବାକୁ ମିଳିଛି। ଯାହାର ପ୍ରଭାବ ମଧ୍ୟ ନୟାଗଡ଼ ଜିଲ୍ଳା ରେ ଦେଖିବାକୁ ମିଳିଛି, ହେଲେ ଏହି ଝଡ ତୋଫାନର ଫାଇଦା ଉଠାଇଛନ୍ତି କିଛି ଲୁଟେରା ଦଳ। ଫତେଗଡରେ ହୋଇଥିବା ମା ବୈଷ୍ଣ ଦେବୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରୀ କରି ପଳାଇଛନ୍ତି ଏହି ଲୁଟେରା ଦଳ । ଖବର ପାଇ ଶରଣକୁଳ ପୁଲିସ ସନ୍ଧାନୀ କୁକୁର ଧରି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଦେଇଛି ।

ପବନ ବର୍ଷାକୁ କରେଣ୍ଟ କଟିଯିବାରୁ ଡକାୟତ ଦଳକୁ ସୁବିଧା ମିଲିଯାଇଥିଲା । ମନ୍ଦିର ପରିଶର ଅନ୍ଧାର ଥିବାରୁ ସେମାନେ ମନ୍ଦିର ଭିତରେ ପଶି ଲକ୍ଷାଧିକ ସୁନା ଓ ରୂପା ଲୁଟ କରିଥିଲେ, ମାଙ୍କର ସୁନା କିରଟି, ୩ଟି ହାର, ରୂପା ଚାନ୍ଦୁଆ, ରୂପା ଦୀପ ଓ ରୂପା ଖଣ୍ଡା ଚୋରି ହୋଇଥିବା ଜଣାପଡିଛି ଯାହାର ମୂଲ୍ୟ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL