Sunday, 17 May 2026
ଜାତୀୟ ବିଜେପି ରାଜନୀତି

କିଏ ୯୫ ତ କିଏ ୨୭… କିଛି ଭୋଟର ବ୍ୟବଧାନ ଭାଙ୍ଗି ଦେଲା ପଦବୀର ସ୍ୱପ୍ନକୁ ! ବିହାର ନିର୍ବାଚନରେ ​​ଏହି ଆସନଗୁଡ଼ିକରେ ହୋଇଗଲା ଖେଳ

ବିହାର ବିଧାନସଭା ନିର୍ବାଚନରେ ​​ଏଥର ବିଜେପି ଇତିହାସ ରଚିଛି । କାହିଁକିନା ସେ ସବୁଠାରୁ ବୃହତ ଦଳ ଭାବରେ ଉଭା ହୋଇଛି। ବିହାର ନିର୍ବାଚନରେ ଏଥର ବିଜେପି 89 ଟି ଆସନ ଜିତିବାରେ ସକ୍ଷମ ହୋଇପାରିଛି। ଅନ୍ୟପଟେ ନୀତିଶ କୁମାରଙ୍କ ଜେଡିୟୁ 85ଟି ଆସନ ଜିତିଛି । ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାଗଠବନ୍ଧନ 50 ଅଙ୍କ ମଧ୍ୟ ପାର କରିପାରି ନଥିଲା। କିଛି ପ୍ରାର୍ଥୀ ରେକର୍ଡ ସଂଖ୍ୟାରେ ଜିତିଥିବାବେଳେ କିଛି ପାର୍ଥି ସବୁଠାରୁ କମ୍ ବ୍ୟବଧାନରେ ଜିତିଥିଲେ।

ବିହାର ବିଧାନସଭା ନିର୍ବାଚନରେ ​​ସବୁଠାରୁ କମ୍ ବ୍ୟବଧାନରେ ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ନାମ ଜେଡିୟୁ ପ୍ରାର୍ଥୀ ରାମଚରଣ ଶାହଙ୍କର, ଯିଏ ସନ୍ଦେଶ ବିଧାନସଭା ଆସନରୁ ମାତ୍ର ୨୭ ଭୋଟ୍ ବ୍ୟବଧାନରେ ଜିତିଥିଲେ। ସେ ୮୦,୫୯୮ ଭୋଟ୍ ପାଇଥିଲେ। ଆରଜେଡିର ଦୀପୁ ସିଂହ ୮୦,୫୭୧ ଭୋଟ୍ ପାଇଥିଲେ। ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ଏହି ଆସନରେ ଭୋଟ୍ କଟର ପ୍ରମାଣିତ ହୋଇଥିଲା, କାରଣ ଜେଏସପିର ରାଜୀବ ରଞ୍ଜନ ରାଜ ମାତ୍ର ୬,୦୪୦ ଭୋଟ୍ମିଳିଥିଲା ।

ବାମପନ୍ଥୀଙ୍କ ଗଡ଼ ବୋଲି କୁହାଯାଉଥିବା ଆଗିଆଓଁ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ମହେଶ ପାସୱାନ ମାତ୍ର 95 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ମହେଶ 69,412 ଭୋଟ ପାଇଥିଲେ। ସୂଚନା ଅନୁଯାୟୀ ତାଙ୍କ ପରାଜିତ ପ୍ରାର୍ଥୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ)ର ଶିବ ପ୍ରକାଶ ରଞ୍ଜନ 69,317 ଭୋଟ ପାଇଥିଲେ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL