ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବିଜାତଳା ବ୍ଲକ ଅଧୀନସ୍ଥ ରାଇହରି ଗ୍ରାମରେ ଜପ ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ଏହି ସଙ୍କୀର୍ତ୍ତନ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ଲାଗିରହିଥିଲା। ଏହି ନାମ ଯଜ୍ଞରେ ଭକ୍ତ ମାନଙ୍କ ପାଇଁ ସକାଳ ଦିପ୍ରହର ଏବଂ ସଂଧ୍ୟା ସମୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗ୍ରାମବାସୀ ପ୍ରସାଦ ସେବନ କରି ସଙ୍କୀର୍ତ୍ତନରେ ସାମିଲ ହୋଇଥିଲେ ।
ପ୍ରତ୍ୟକ ବର୍ଷ ପରି ଚକିତ ବର୍ଷ ମଧ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କମିଟି ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ପାଳନ କରାଯାଇଥିଲା । ସଙ୍କୀର୍ତ୍ତନ କମିଟିର ପ୍ରେସିଡେଣ୍ଟ ମଧୁସୂଦନ ନନ୍ଦ ,ସେକ୍ରେଟାରୀ ଅମିୟ ବିକାଶ ନନ୍ଦ, କ୍ୟାସିଅର ତାପସ କୁମାର ନନ୍ଦ, ଉପଦେଷ୍ଟା ଗୋପାଳ ଚନ୍ଦ୍ର ନନ୍ଦ , ଅନିରୁଦ୍ଧ ନନ୍ଦ ,ଅଫ୍ରତାନ ନନ୍ଦ,ନିରଜଂନ ନନ୍ଦ , ହରିଶ ଚନ୍ଦ୍ର ନନ୍ଦ ଏବଂ ଗ୍ରାମ ମଣ୍ଡଳି ବୃନ୍ଦ ଙ୍କ ଉପସ୍ଥିତରେ ମହାସମାରୋହରେ ପାଳିତ ହୋଇଯାଇଛି।

