Sunday, 17 May 2026
ଓଡ଼ିଶା ବିଜେପି ମୁଖ୍ୟ ଖବର ରାଜନୀତି

ଓଡ଼ିଶା ଭାଜପା ମହିଳା ମୋର୍ଚ୍ଚାର ନୂଆ ସମ୍ପାଦିକା ହେଲେ ରାଜଲକ୍ଷ୍ମୀ ଦାସ

କେନ୍ଦ୍ରାପଡା ଜିଲ୍ଲାର ଯୁବ ଓ ପ୍ରତିଭାଶାଳୀ ନାରୀ ନେତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଦାସଙ୍କୁ ଓଡ଼ିଶା ଭାଜପା ମହିଳା ମୋର୍ଚ୍ଚାର ସମ୍ପାଦିକା ଭାବେ ନିଯୁକ୍ତି ମିଳିଛି । ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀ ରେ ତାଙ୍କର ଲୋକପ୍ରିୟତା ଥିବା ବଳେ ତାଙ୍କ ନେତୃତ୍ବରେ ଅନେକ ଗରିବ ଅସହ୍ୟ ଲୋକମାନଙ୍କର ସମସ୍ୟାର ସମାଧାନ ହେଉଥିବା ଲୋକଲୋଚନକୁ ଆସିଛି। ଶ୍ରୀମତୀ ଦାସଙ୍କୁ ମହିଳା ମୋର୍ଚ୍ଚାର ସମ୍ପାଦିକା ଭାବେ ଦାୟିତ୍ୱ ମିଳିବା ପରେ ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ, ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ଓଡ଼ିଶା ପ୍ରଦେଶ ମହିଳା ମୋର୍ଚ୍ଚାର ସମ୍ପାଦିକା ଭାବେ ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ଆମ ଦଳର ସଭାପତି ତଥା ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ମହୋଦୟ, ମାନନୀୟ ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି ମହୋଦୟ, ମାନ୍ୟବର ସାଂସଦ ଶ୍ରୀ ବୈଜୟନ୍ତ ଜୟ ପଣ୍ଡା ମହୋଦୟ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼ା. ଐଶ୍ୱର୍ଯ୍ୟା ବିଶ୍ୱାଳ ମହୋଦୟା ଏବଂ ସମସ୍ତ ଶୀର୍ଷ ନେତୃବୃନ୍ଦଙ୍କୁ ମୋର ଆନ୍ତରିକତାରୁ ଧନ୍ୟବାଦ ଜଣାଉଛି। ମୋ ପ୍ରତି ରଖାଯାଇଥିବା ଏହି ବିଶ୍ୱାସକୁ ସଦା ସମ୍ମାନ ଦେଇ ଦଳ ଓ ସଂଗଠନ ପାଇଁ ମୁଁ ନିଷ୍ଠାର ସହିତ କାମ କରିବି। ଶ୍ରୀମତୀ ଦାସଙ୍କ ନିଷ୍ଠାପର ମନଭାବ ସର୍ବଦା ସମାଜ ପ୍ରତି ସମର୍ପଣ ଭାବ ତାଙ୍କ ଲୋକ ପ୍ରିୟତାକୁ ବଢ଼ାଉଛି। ଯାହା ତାଙ୍କ ଆଗାମୀ ରାଜନୈତିକ ପଥକୁ ଆହୁରି ସରଳ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତାଙ୍କର ନେତୃତ୍ୱ ଓ ସମର୍ପଣ ଆଗାମୀ ଦିନରେ ମହିଳା ମାନଙ୍କ ପାଇଁ ନୂତନ ପ୍ରେରଣା ଦେବ ବୋଲି ଜନସାଧାରଣରେ ଆସା ପ୍ରକୋଷ୍ଠ କରାଯାଉଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL