କଳିଙ୍ଗ ହସ୍ପିଟାଲ ପରିସରରେ ଥିବା କଳିଙ୍ଗ ନର୍ସିଂ କଲେଜର ବି.ଏସ୍.ସି(ନସିଂ) ପ୍ରଥମ ବର୍ଷ ଓ ଜି.ଏନ୍.ଏମ୍ ଛାତ୍ରଛାତ୍ରୀ ମାନଙ୍କର ପ୍ରଦୀପ ପ୍ରଜ୍ୱଳନ ଓ ଶପଥ ପାଠ ଉତ୍ସବ ଜୟଦେବ ବିହାର ନିକଟସ୍ଥ ଇଭେଣ୍ଟ ସ୍କ୍ଵାୟାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବ୍ରହ୍ମଗିରିର ବିଧାୟିକା ଶ୍ରୀମତି ଉପାସନା ମହାପାତ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ ।
କଳିଙ୍ଗ ହସପିଟାଲ ଫାଉଣ୍ଡେସନର ଟ୍ରଷ୍ଟି ତଥା ପୂର୍ବତନ ଭାରତୀୟ ରାଜସ୍ଵ ସେବା ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ନାଲ୍କୋର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ଡ: ତପନ କୁମାର ଚାନ୍ଦ, ଲେଖକ ଓ ମାର୍ଗଦର୍ଶକ ବିରଜା ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଉତ୍ସବରେ ଉପସ୍ଥିତ ସମସ୍ତ ଅତିଥିମାନେ ନର୍ସିଂ ଅଫିସର ମାନଙ୍କର ସେବାକୁ ଭୂୟସୀ ପ୍ରଶଂସା କରିବା ସହ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଫ୍ଲୋରେନସ୍ ନାଇଟଆଙ୍ଗେଲ୍ ଙ୍କ ପରି ନିଜର ଜୀବନକୁ ନିଷ୍ଠାପର ସେବା ଯୋଗାଇବାରେ ବିନିଯୋଗ କରିବେ ବୋଲି ଉପଦେଶ ଦେଇଥିଲେ।
କଳିଙ୍ଗ ନର୍ସିଂ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ସ୍ୱାଇଁ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନକରିବା ସହ ନୂତନ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ।ଷ୍ଟୁଣ୍ଟେଟ୍ ନର୍ସିଂ ଆସୋସିଏସନ୍ ର ଉପଦେଷ୍ଟ। ରଶ୍ମିରଞ୍ଜିତା ଅଧିକାରୀ ସଭାପରିଚାଳନା କରିଥିବା ବେଳେ ଅଧ୍ୟାପିକା ସସ୍ମିତା ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ | ଅଧ୍ୟାପିକା କଳ୍ପନା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

