ଭେଙ୍କାଟେସ ରାଓ(କୋରାପୁଟ)
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଚମ୍ପି ଗାଁ ରେ ରାଜ୍ୟ ପ୍ରଦୂର୍ଷଣ ବୋର୍ଡ ତରଫରୁ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଓ କୋରାପୁଟ ଜିଲ୍ଲା ସୀମାନ୍ତ ରେ ଥିବା ଲକ୍ଷ୍ମୀପୁର ବ୍ଲକର କୋଡୀଙ୍ଗା ମାଳିରୁ ଗତ ଆଠ ବର୍ଷ ହେବ ତିନି ଦଶମିକ ଛ ମିଲିଆନ ଟନ ବକ୍ସାଇଟ ଖନନ କରାଯାଇ ବେଦାନ୍ତ ସମେତ ଅନ୍ୟ କମ୍ପାନୀକୁ ଓଏମସି ଜରିଆରେ ପ୍ରଦାନ କରାଯାଉଛି, ବର୍ତ୍ତମାନ ଏହି କୋଡୀଙ୍ଗା ମାଳି ଖଣି ଅଞ୍ଚଳ ରୁ ୩. ୬ ମିଲିଆନ ଟନରୁ ୬ ମିଲିଆନ ଟନ ବୃଦ୍ଧି ନିମନ୍ତେ ଜନସୁନାଣି ଅନୁଷ୍ଠିତ ହୋଇଛି।

ଖଣି ନିଗମ, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଚମ୍ପିଠାରେ ଅନୁଷ୍ଠିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ପ୍ରଭାବିତ ଅଞ୍ଚଳବାସୀ ଉପସ୍ଥିତ ରହି ଖଣି ଖନନ ବୃଦ୍ଧିକୁ ସ୍ୱାଗତ କରିବା ସହ ଅଞ୍ଚଳରେ ପାରି ପାର୍ଶ୍ଵିକ ବିକାଶ କରିବାକୁ ଖୋଲା ମଞ୍ଚ ରେ ପ୍ରକାଶ କରିଥିଲେ ଏବଂ ଲକ୍ଷ୍ମୀପୁର ସଦର ଗ୍ରାମକୁ କଡ଼ିଙ୍ଗା ମାଳି ଖଣି ପ୍ରଭାବିତ ଅଞ୍ଚଳ ଘୋଷଣା ପାଇଁ ଦାବି କରିଥିଲେ।
ଏହି ଜନଶୁଣାଣୀରେ ଲକ୍ଷ୍ମୀପୁର ଚମ୍ପି, ଓଡ଼ିଆପେଣ୍ଟ, ଓ ଦଶମନ୍ତପୁର ବ୍ଲକ ର ମୁରକାର ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

