Sunday, 17 May 2026
କୋରାପୁଟ

ଘାଟିରେ ଓଲଟିଲା ଦାଦନ ଶ୍ରମିକ ଭ୍ୟାନ: ଜଣେ ମୃତ, ୨୪ ଆହତ

ପଟାଙ୍ଗି : କୋଟିଆ ପଞ୍ଚାୟତ ଅନ୍ତର୍ଗତ କୁମ୍ଭିପଡା ଘାଟି ରେ ଏକ ଶ୍ରମିକ ବୋଝେଇ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି।  ସୂଚନା ଅନୁସାରେ ପାଡୁଆ ଥାନା ନନ୍ଦପୁର ବ୍ଲକ ର ଖୀନବୁରା ପଞ୍ଚାୟତ ର ୨୫ଜଣ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶର ସାଲୁର ଅଭିମୁଖେ ଦାଦନ ଖଟିବାକୁ ଏକ ଭ୍ୟାନ ରେ ଯାଉଥିଲେ। ପଟାଙ୍ଗି ର ବ୍ରିଟିଶ ରୋଡ଼ ଦେଇ କୋଟିଆ ପଞ୍ଚାୟତ ର ନାରେଡିବାଲସା ଦେଇ ଯାଉଥିବାବେଳେ କୁମ୍ଭିପଡା ଘାଟି ରେ ଗାଡିର ବ୍ରେକ ଫେଲ ହୋଇ ଗାଡ଼ି ଟି ଦୁର୍ଘଟଣାର ଶିକାର ହୋଇଥିଲା। ଗାଡ଼ିଟି ଓଲଟି ପଡି ଘାଟି ତଳକୁ ଖସି ଯିବା ଫଳରେ ଗାଡି ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ପରେ ସମସ୍ତ ଆହତଙ୍କୁ ପଟାଙ୍ଗି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ହେଲେ ହସ୍ପିଟାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL