Tuesday, 21 July 2026
ଓଡ଼ିଶା କୋରାପୁଟ ଜ଼ିଲ୍ଲା ମୁଖ୍ୟ ଖବର

ପଟ୍ଟାଙ୍ଗିରେ ବିଶାଳ କଂଗ୍ରେସ କର୍ମୀ ସମ୍ମିଳନୀ, ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ!

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ମିନି ଷ୍ଟାଡିୟମ ଠାରେ ବ୍ଲକ ସଭାପତି ଅର୍ଜୁନ ବାଙ୍କାଙ୍କ ନେତୃତ୍ୱରେ ଏକ ଵିଶାଳ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ଊତ୍ସବରେ ମୁଖ୍ୟ ଅତିଥି ଭାବେ ପଟ୍ଟାଙ୍ଗି ତଥା ବିରୋଧୀ ଦଳ ନେତା ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇ ସଭା କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଆସନ୍ତା ପଞ୍ଚାୟତ ନିର୍ବାଚନରେ କିପରି ସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଭ୍ୟ ବିଜୟ ହେବେ ତା ଉପରେ ରାମଚନ୍ଦ୍ର କାଡାମ ଅଭି ଭାଷଣରେ ବିଜେପି ସାଧାରଣ ଜନତାଙ୍କୁ 300 ୟୁନିଟ ବିଜୁଳି ମାଗଣା ଦେବା, ବୃଦ୍ଧ, ବିଧବା ଭର୍ତ୍ତା, ନ ଦେଇପାରିବା ପେସା ରୁଲସ କଥା କହିବା, ଚାକିରୀ ଦେବା ହେଇପାରିଲାନି, ସାଢେ ଚାରି କୋଟିରେ ଦୁଇ କୋଟି ମା ମାନେ ଶୁଭଦ୍ରା ଯୋଜନା ଠିକରେ ପାଇପାରୁ ନଥିବା ପ୍ରଧାନ ମନ୍ତ୍ରୀ, ଓ ମୁଖ୍ୟ ମନ୍ତ୍ରୀଙ୍କ ମିଥ୍ୟା ଭାଷଣ ବାଜିକୁ ଆଉ ବରଦାସ୍ତ କରାଯିବ ନାହି ବୋଲି କହିଛନ୍ତି କାଡମ ।

ସେ ଆହୁରି ମଧ୍ୟ କହିଛନ୍ତି ଆମେ ସମସ୍ତେ ଏକ ଜନତା ପାଇ କାମ କରିବା ଗାଁର ସମସ୍ୟା କୁ ଦୂର କରିବା ତେବେ ଆଗାମୀ ଦିନରେ ପଞ୍ଚାୟତରେ ଆମେ ବିଜୟ ସୁନିଶ୍ଚିତ ହେବା। ଏହି ମଞ୍ଚରେ ସେ ବିଜେଡି ର 24 ବର୍ଷର ଶାସନ କାଳ ଓ ବିଜେପି ର ଦୁଇ ବର୍ଷର ଶାସନ ଉପରେ ସମାଲୋଚନା କରି ବିଭିନ୍ନ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ।

ଶାସକଙ୍କ କହିବା ଯେ ଉନ୍ନୟନ ନାମରେ ବିନାଶ କରାଯାଇଛି, ଏବଂ ବର୍ତ୍ତମାନର ବିଧାୟକଙ୍କ ଲୋକ ପ୍ରିୟତାକୁ ସହିନପାରି ବିରୋଧୀ ଦଳ ଭିତ୍ତିହୀନ ଅଭିଯୋଗ କରୁଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କର୍ମୀ ସମର୍ଥକ ଓ ନେତୃ ବୃନ୍ଦ ଯୋଗ ଦେଇଥିଲେ। ସଭାରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରୂପକ ତୁରୁକ ବ୍ଲକ କଂଗ୍ରେସର ଭିଭନ୍ନ ପଦାଧିକାରୀ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସର କର୍ମ କର୍ତ୍ତା ଏବଂ ବହୁତ ସଂଖ୍ୟକ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।

ସମ୍ମିଳନୀରେ ସଭାରେ ବ୍ଲକ ସଭାପତି ଅର୍ଜୁନ ବାଙ୍କା ସାଂସଦ ପ୍ରତି ନିଧି, ଶୂକ୍ରା ଖରା,ବିଧାୟକ ପ୍ରତି ନିଧି, ଗୁପ୍ତ ପ୍ରସାଦ ପଟ୍ଟନାୟକ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଜିଲ୍ଲା ପରିଷଦ ସଦସ୍ୟ ଏବଂ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇ, ଏକ ନୂତନ ଭାବେ ପଟ୍ଟାଙ୍ଗି ବ୍ଲକ କମିଟି ଗଠନ କରା ଯାଇଥିଲା।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL