Sunday, 17 May 2026
ମାଲକାନଗିରି ସାପ୍ତାହିକ

ଟଳିଲେ ମାଓବାଦୀ, ନାଚିଲେ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଟା ଜିଲ୍ଲା ଭେଜି ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ବଡ ଧରଣର ଗୁଳି ବିନିମୟ ହୋଇଛି। ଏଥିରେ ୧୦ ମାଓବାଦୀ ନିହତ ହୋଇଛନ୍ତି। ଏହି ଖୁସିରେ ଯବାନମାନେ ନାଚି ଉଠିଛନ୍ତି। ଶୁକ୍ରବାର ମାଲକାନଗିରି ଜିଲ୍ଲା ଜିନେଲଗୁଡା ଜଙ୍ଗଲରେ ଛତିଶଗଡ ପଟୁ ମାଓବାଦୀମାନେ ପଶିବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ପୁଲିସ ଏବଂ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୩୦ରୁ ଅଧିକ ମାଓବାଦୀ ସେଠାରୁ ଛତିଶଗଡ ଅଞ୍ଚଳକୁ ଖସି ପଳାଇଥିଲେ। ଏହାକୁ ନେଇ ଛତିଶଗଡରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା। ଘଟଣାସ୍ଥଳରୁ ମାଓବାଦୀଙ୍କ ମୃତଦେହ ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ତେବେ ଏହା ଯବାନଙ୍କ ପାଇଁ ଏକ ବଡ ସଫଳତା ଆଣିଦେଇଛି। ଯାହାକୁ ନେଇ ଯବାନମାନେ ଖୁସିର ସହ ନାଚ ଗୀତ କରିଥିଲେ । ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି।

Leave a Reply

Your email address will not be published. Required fields are marked *

You may also like

Suchana Tv @2025. All Rights Reserved || Developed By CBSPL