Sunday, 17 May 2026
ଅର୍ଥନୀତି ଜାତୀୟ ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଆମେରିକାର ଅଭିଯୋଗ ପରେ ତଳକୁ ଖସିଲା ଆଦାନୀ ଶେୟାର

ନୂଆଦିଲ୍ଲୀ: ଭାରତର କୋଟିପତି ତଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଉପରେ ଆମେରିକାରେ ଏକ ଗମ୍ଭୀର ଆରୋପ ଲାଗିଛି। ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଆମେରିକା‌ରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍‌ ଡଲାର୍‌ ଲାଞ୍ଚ୍‌ ଦେଇଥିବା ଅଭିଯୋଗ ବି ଆସିଛି ତାଙ୍କ ନାମରେ। ଏହି ମାମଲା ପୂରା ଆଦାନୀ ଗ୍ରୁପ୍‌ କମ୍ପାନି ଏବଂ ଆଦାମୀ ଗ୍ରୁପ୍‌ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନି ସହିତ ଜଡ଼ିତ।

ଆମେରିକାରେ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ କମିସନ (SEC) ବୁଧବାର ଦିନ ଏହି ମାମଲାରେ ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରିନ୍‌ ଏନର୍ଜି ଲିମିଟେଡର ଅଧିକାରୀଙ୍କ ସମେତ ଅନ୍ୟ ଏକ କମ୍ପାନି ଏ‌ଜୋୟର୍‌ ପାୱାରା ଗ୍ଲୋବାଲ୍‌ ଲିମିଟେଡ୍‌ର ଅଧିକାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।ଏହି ଘଟଣା ପରେ ଆଦାନୀ ଗ୍ରୁପ୍ର ଶେୟାରରେ ବହୁତ ହ୍ରାସ ଘଟିଛି।

ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ରୀନ ଏନର୍ଜି ଏବଂ ଆଦାନୀ ଏନର୍ଜି ସଲ୍ୟୁସନର ଶେୟାରଗୁଡିକ ପ୍ରାରମ୍ଭିକ କାରବାର ସମୟରେ ୧୦-୨୦ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ନିଫ୍ଟି ୧୮୭ ପଏଣ୍ଟ ହ୍ରାସ କରି ୨୩,୩୩୦ ଥିବାବେଳେ ସେନସେକ୍ସ ୫୪୯ ପଏଣ୍ଟରେ ଦୁର୍ବଳ ହୋଇ ୭୭,୦୨୮ରେ କାରବାର ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL