Sunday, 17 May 2026
ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ସାଇବର ଠକେଇ: ଦହିବରା ବିକାଳି କୁ ମହଙ୍ଗା ପଡିଲା ଗୁଗୁଲ ସର୍ଚ୍ଚ!

ସାଇବର ଠକେଇ:
ଦହିବରା ବିକାଳି କୁ ମହଙ୍ଗା ପଡିଲା ଗୁଗୁଲ ସର୍ଚ୍ଚ!

ରେଙ୍ଗାଲି, ଡ଼ିସେମ୍ବର 15
(ଡ଼ଃ ନିବେଦିତା ନାଥ)

ଅନ୍ ଲାଇନ୍ ମାର୍କେଟିଂ ର ଭୁତ ସମସ୍ତଙ୍କୁ ଧରିଛି। ଏହାର ସୁଯୋଗ ରେ ସାଇବର ଠକ ବି ଫାଇଦା ଉଠାଇ ଗ୍ରାହକଙ୍କ ଠାରୁ ଟଙ୍କା ଠକି ନେଇଯାଉଛନ୍ତି। ଠକେଇ ର ଶିକାର ଗ୍ରାହକ କାନମୁଣ୍ଡ ଆଉଁଶି ହତାସ୍ ହୋଇ ପୁଲିସ ର ଦ୍ବାରସ୍ତ ହେଉଛନ୍ତି। ଏଭଲି ସାଇବର ଠକେଇ ର ଶିକାର ହୋଇଛନ୍ତି ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ର ମିତିଳେଶ ସା ନାମକ ଜନୈକ ଦହିବରା ଓ ଲିଟି ଚୋଖା ବିକାଳି। ଠକେଇ ର ଶିକାର ହେବା ପରେ ମିତିଲେଶ ଆଜି ଠେଲକୋଲୋଇ ଥାନା ରେ ଫେରାଦ୍ ହୋଇଛନ୍ତି।
ସୁଚନା ରୁ ପ୍ରକାଶ ଯେ ମିତିଳେଶ ଫ୍ଲିପ୍ କାର୍ଡ ରେ ୨୫ଶହ ଟଙ୍କା ମୂଲ୍ଯର ହୋମ୍ ଥିଏଟର୍ ମଗାଇଥିଲେ। ଡେଲିଭେରି ବଏ ଆସି ମିତିଳେଶ ଙ୍କୁ ହୋମ୍ ଥିଏଟର୍ ଆଣି ଦେଇ ଥିଲା। ତେବେ ଫ୍ଲିପ୍ କାର୍ଡ ପଠାଇ ଥିବା ହୋମ୍ ଥିଏଟର୍ ପସନ୍ଦ ନହେବାରୁ ମିତିଳେଶ ଅର୍ଡର କ୍ୟାନସେଲ୍ କରିଥିଲେ। ଏହାପରେ ଦୀର୍ଘ ଦିନ ଧରି ଫ୍ଳିପ୍ କାର୍ଡ କମ୍ପାନୀ ମିତିଳେଶ ଠାରୁ ହୋମ୍ ଥିଏଟର ଫେରସ୍ତ ନେଲା ନାହିଁ। ଫଳ ରେ ମିତିଳେଶ ଗୁଗୁଲ୍ ରେ ଫ୍ଲିପ୍ କାର୍ଡ କମ୍ପାନୀର କଷ୍ଟମର କେୟାର ନମ୍ବର ସର୍ଚ୍ଚ କରି ଏକ ନମ୍ବର ରେ ଫୋନ୍ କରି ହୋମ୍ ଥିଏଟର ଫେରାଇ ନେଇ ଟଙ୍କା ଫେରସ୍ତ ଦେବାକୁ କହିଥିଲେ। ଉକ୍ତ କଷ୍ଟମର୍ କେୟାର ନମ୍ବର ରେ କଥା ହେଉଥିବା ବ୍ଯକ୍ତି କୌଶଳ କରି ମିତିଳେଶ ର ଆକାଉଣ୍ଟ ନମ୍ବର ମାଗି ନେଇ ମିତିଳେଶ ର ଆକାଉଣ୍ଟ ରୁ ୯୪ ହଜାର ଟଙ୍କା ଠକି ନେଇ ଥିବା ଥାନା ରେ ଅଭିଯୋଗ ହୋଇଛି। ଗୁଗୁଲ ଉପରେ ଲୋକମାନଙ୍କ ଅତୁଟ ବିଶ୍ୱାସ ଭରସା ଥିବା ବେଳେ ଏଥିରେ ବି ସାଇବର ଅପରାଧି ପ୍ରବେଶ କରି କୌଶଳ ରେ ଟଙ୍କା ଲୁଟି ନେଉଛନ୍ତି।
ଏସଂକ୍ରାନ୍ତ ରେ ଠେଲକୋଲୋଇ ଥାନା ରେ ଏକ ମାମଲ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ବୁଲୁ ସ୍ବାଇଁ ସୂଚନା ଦେଇଛନ୍ତି। ସାଇବର ଠକେଇ ର ଶିକାର ହୋଇଥିବା ମିତିଳେଶ ବିହାର ପ୍ରଦେଶ ର ମୂଳ ବାସିନ୍ଦା। ଗତ ୫ବର୍ଷ ହେଲା ସେ ଠେଲକୋଲୋଇ ରେ ଦହିବରା ଓ ଲିଟି ଚୋଖା ବିକି ପରିବାର ପ୍ରତିପୋଷଣ କରୁଛନ୍ତି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL