ମାଲାକା ସମୁଦ୍ର ସନ୍ଧିରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଘନୀଭୂତ ହୋଇକି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ପୁଣି ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଆଜି ଅବପାତରେ ପରିଣତ ହେବ। ଆସନ୍ତା ୨୬ କିମ୍ବା ୨୭ ତାରିଖରେ ବାତ୍ୟା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ୨୫ ତାରିଖ ପରେ ବର୍ଷା ପରିମାଣ ବଢିବ । ସେହିପରି ବାତ୍ୟା ସ୍ଥିତି ଭିତରେ ଚିନ୍ତା ବଢାଇଛି ଆଉ ଏକ ଲଘୁଚାପ ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ଯଦି ବର୍ଷା ଏବଂ ପବନ ହୁଏ ତାହାଲେ ପାଚିଲା ଧାନ ଗୁଡିକୁ ନଷ୍ଟ ହେବା ସହ ଗଞ୍ଜାମ ବ୍ଲକ ର ପାଳିବନ୍ଧ, ହୁମା, ରାମଗଡ଼, ସୁବଳୟା, ସାନ ରାମଚନ୍ଦ୍ର ପୁର, ଝାରେଡି ରାଧା ଗୋବିନ୍ଦ ପୁର, ପାଲଙ୍ଗ, ଖଣ୍ଡଦେଉଳି, ପୋଇରାଶି, କାଇଞ୍ଚ ପୁର, ମଲାଡ଼, ସନ୍ତୋଷ ପୁର, ଉମୁରି ଧର୍ମ ଶରଣ ପୁର, କରପଡା, ରାଜପୁର ସମେତ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳର ରହିଥିବା ଚାଷୀ ମାନେ ଅସୁବିଧାରେ ସମ୍ମୁଖୀନ ହେବା ସହ ଅଧିକ ମାତ୍ରରେ ପ୍ରଭାବିତ ହେବେ ।


