Sunday, 17 May 2026
ବିଜେଡି ରାଜନୀତି ରାଜ୍ୟ

ବିଜେଡିର ଉତ୍ତରାଧିକାରୀ ‘ସୁଜାତା’?

ବିଜୁ ଜନତା ଦଳର ଉତ୍ତରାଧିକାରୀ ଘୋଷଣାକୁ ନେଇ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ବଡ଼ ବୟାନ। ଏ ନେଇ ଯଦି ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ଦଳର ସଭାପତି ନିର୍ଦ୍ଦେଶ ଦିଅନ୍ତି ତେବେ ସମସ୍ତେ ଜାଣି ପାରିବେ। ଦେବୀ ମିଶ୍ରଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡିର ଉତ୍ତରାଧିକାରୀ ଘୋଷଣା ଚର୍ଚ୍ଚାକୁ ଆହୁରି ବଳ ମିଳିଛି।…
ଦଳର ପ୍ରତିଷ୍ଠା ଦିବସରେ ପ୍ରବେଶ କରିବେ କି ସୁଜାତା କାର୍ତ୍ତିକେୟନ ? ନେବେ କି ବିଜେଡିର ନେତୃତ୍ବ ?

 

ତେବେ ସୁଜାତା ସାଜିବେ କି ବିଜେଡିର ଉତ୍ତରାଧିକାରୀ ? ନବୀନଙ୍କ ଉପସ୍ଥିତରେ ବିଜେଡିରେ ଏଣ୍ଟ୍ରି କରିବେ କି ସୁଜାତା କାର୍ତ୍ତିକେୟାନ ? ଡିସେମ୍ବର ୨୬ ବିଜେଡିର ପ୍ରତିଷ୍ଠା ଦିବସ ହେବ କି ସେହି ଦିନ ? ଏଭଳି କିଛି ଚର୍ଚ୍ଚା ଆଲୋଚନା ରାଜ୍ୟ ରାଜନୀତିକୁ କରିଛି ବେଶ ସରଗରମ । ବିଜେଡି ଶିବିରରେ ବି ସୁଜାତାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ବାକ୍ ବିତଣ୍ଡା । ସୁଜାତାଙ୍କ ଏଣ୍ଟ୍ରି ପୂର୍ବରୁ ଦେଖା ଦେଇଛି ବିଦ୍ରୋହର ଆଭାସ ।

ସେପଟେ ବିଜେଡିର ଉତ୍ତରାଧିକାରୀ କଳିର ନିଆଁରେ ଘିଅ ଢ଼ାଳିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି ସ୍ୱାମୀ ପାଣ୍ଡିଆନଙ୍କ ଦେହରେ ଲାଗିଥିବା ଦାଗ ଲିଭେଇ ପାରିବେନି ସୁଜାତା । ବିଜେଡି ବର୍ତ୍ତମାନ ଅସ୍ତଗାମୀ ସୂର୍ଯ୍ୟ । ୮୦ ପ୍ରତିଶତ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଛି ଯୋଗ ଦେବେ ଓ ୨୦୨୯ ବେଳକୁ ବିଜେଡି ଇତିହାସ ହୋଇଯିବ ।

 

୨୦୨୪ ନିର୍ବାଚନରେ ଏକ ନମ୍ବରରୁ ଦୁଇ ନମ୍ବରକୁ ଖସିଥିଲା ବିଜେଡି । ଯେଉଁଥିପାଇଁ ଭୈରବ ପାଣ୍ଡିଆନଙ୍କୁ ଦାୟୀ କରି ବହୁ ନେତା ବିଦ୍ରୋହର ଡାକରା ଦେଇଥିଲେ । ଆଉ ତାପରେ ନୂଆପଡ଼ାର ଲଜ୍ଜା ଜନକ ହାର ପରେ ବରିଷ୍ଠ ଓ କନିଷ୍ଠ, ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା କରିଥିଲେ । ତେବେ ଏସବୁକୁ ଖାତିର ନକରି ପାଣ୍ଡିଆନ, ସୁଜାତାଙ୍କୁ ବିଜେଡିରେ ଏଣ୍ଟ୍ରି କରାଇବା ଯୋଜନା ଆଗକୁ କେଉଁ ମୋଡ଼ ନେଉଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ।

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL