Sunday, 17 May 2026
ଜାତୀୟ ମନରଞ୍ଜନ ସିନେମା

ତୋଡେଙ୍ଗେ ଦମ ଅଗର ତେରା ସାଥ ନେହିଁ ଛୋଡ଼େଙ୍ଗେ…ଜୟଙ୍କୁ ଛାଡି ଚାଲିଗଲେ ବିରୁ

ବଲିଉଡର “ହି-ମ୍ୟାନ୍” ଧର୍ମେନ୍ଦ୍ର ଆଉ ଆମ ଗହଣରେ ନାହାନ୍ତି। ନଭେମ୍ବର 24 ତାରିଖ ସୋମବାର ଦିନ ତାଙ୍କର ପରଲୋକ ହୋଇଛି । 89 ବର୍ଷ ବୟସରେ, ଧର୍ମେନ୍ଦ୍ର ତାଙ୍କ ଜୁହୁ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ବହୁତ ଦିନ ଧରି ଖରାପ ଥିଲା। ପରିବାରର ଅନୁରୋଧରେ ନଭେମ୍ବର 12 ତାରିଖରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସେବେଠାରୁ ସେ ଘରେ ଚିକିତ୍ସାଧୀନ ଥିଲେ। ଭିଲେ ପାର୍ଲେର ପବନ ହଂସ ଶ୍ମଶାନରେ ଧର୍ମେନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ସମଗ୍ର ଦେଓଲ ପରିବାର ଏବଂ ଅନେକ ସିନେମା ଜଗତର ପ୍ରସିଦ୍ଧ ବ୍ୟକ୍ତି ଉପସ୍ଥିତ ଥିଲେ। ହେମା ମାଳିନୀ, ଇଶା ଦେଓଲ, ସନି ଦେଓଲ, ବବି ଦେଓଲ, ଏପରିକି ଅମିତାଭ ବଚ୍ଚନ ମଧ୍ୟ ଛଳ ଛଳ ଆଖିରେ ତାଙ୍କ ସାଙ୍ଗ ବିରୁ ଚାହିଁ ରହିଥିଲେ । ଅନ୍ତିମ ସଂସ୍କାର ବଡ଼ ପୁଅ ସନି ଦେଓଲ କରିବେ ବୋଲି ସୂଚନା ମିଳିଛି।

ଏ ଦୁଖଦଃ ଆଉ ଆଖିରୁ ଲୋତକ ଝରାଇଦେଲା ଭଳି କଥା ଯେ ସୋମବାର ଦିନ ତାଙ୍କ ଆଗାମୀ ଚଳଚ୍ଚିତ୍ର “ଇକିସ୍”ର ମୋସନ୍ ପୋଷ୍ଟର ରିଲିଜ୍ ହୋଇଛି । ଗତ ମାସ ଧରି ଧର୍ମେନ୍ଦ୍ର ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିଲେ, ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ, ଧର୍ମେନ୍ଦ୍ର ବୟସ ଏବଂ ଅସୁସ୍ଥତା ବିରୁଦ୍ଧରେ ଜୀବନ ଯୁଦ୍ଧରେ ହାରିଗଲେ। ତାଙ୍କ ମୃତ୍ୟୁ ଚଳଚ୍ଚିତ୍ର ଶିଳ୍ପକୁ ଏକ ବଡ଼ ଆଘାତ ଦେଇଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL