Sunday, 17 May 2026
ଦେଶ ବିଦେଶ ମୁଖ୍ୟ ଖବର

ଇମ୍ରାନ୍ ଖାନ୍ ଏବଂ ପତ୍ନୀଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ୍ ଖାନ୍ ଏବଂ ପତ୍ନୀ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ ହୋଇଛି । ୨୦୨୧ ମେ ମାସରେ ଏକ ସରକାରୀ ଗସ୍ତ ସମୟରେ ସାଉଦି ଯୁବରାଜଙ୍କ ଇମ୍ରାନ ଖାନଙ୍କୁ ଏକ ବୁଲଗାରି ଅଳଙ୍କାର ସେଟ୍ ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ଅତ୍ୟନ୍ତ କମ ମୂଲ୍ୟରେ କିଣାଯାଇଥିଲା ।

imran khan

ନିୟମ ଅନୁଯାୟୀ, ଏହାକୁ ସରକାରୀ କୋଷାଗାରରେ ଜମା କରାଯାଇନଥିଲା । ତଦନ୍ତ ଏଜେନ୍ସିଗୁଡ଼ିକର କହିବା ମୁତାବକ ଏହା ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଇଥିଲା । ସ୍ୱତନ୍ତ୍ର ବିଚାରପତି କେନ୍ଦ୍ରୀୟ ଶାହରୁଖ ଅର୍ଜୁମନ୍ଦ ୮୦ରୁ ଅଧିକ ଶୁଣାଣି ପରେ ଏହି ରାୟ ଶୁଣାଇଛନ୍ତି । କୋର୍ଟ ପାକିସ୍ତାନ ଦଣ୍ଡ ସଂହିତାର ଧାରା ୩୪ ଏବଂ ୪୦୯ ଅନୁଯାୟୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ, ତାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୫(୨) ଅନୁଯାୟୀ ୭ ବର୍ଷର ଅଲଗା ଦଣ୍ଡାଦେଶ ଦିଆଯାଇଛି । ସେହିପରି ବୁଶରା ବିବିଙ୍କୁ ସମାନ ଧାରା ଅନୁଯାୟୀ ମୋଟ ୧୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ମାମଲାରେ ଦୁହିଁଙ୍କ ଭୂମିକା ସମାନ ଭାବେ ରହିଛି ବୋଲି କୋର୍ଟ କହିଛନ୍ତି । ଯଦି ଜରିମାନା ରାଶି ଜମା ନ କରାଯାଏ, ତେବେ ଅତିରିକ୍ତ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଯିବ । ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ବିଭିନ୍ନ ମାମଲାରେ ଜେଲରେ ଅଛନ୍ତି ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL