Tuesday, 21 July 2026
ଓଡ଼ିଶା କନ୍ଧମାଳ ଜ଼ିଲ୍ଲା ବ୍ୟବସାୟ ଓ ବାଣିଜ୍ୟ ମୁଖ୍ୟ ଖବର ରାଜ୍ୟ ଖବର

ଗ୍ୟାସ ସଙ୍କଟ ହେତୁ ଯନ୍ତ୍ରପାତି ଓ ଶ୍ରମିକ ଉଭୟ ଅଚଳ, ଦୃଷ୍ଟି ଦେବା ନିମନ୍ତେ ସରକାରଙ୍କୁ ଅନୁରୋଧ

 

କନ୍ଧମାଳ ଜିଲ୍ଲାର କଳିଙ୍ଗା ଡ଼ିଏଭି ସ୍ଥିତ ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ର ପରିସରରେ କସମ ସଂସ୍ଥା ଦ୍ୱାରା ପରିଚାଳିତ ପଣସ ଓ ଆମ୍ବ ପ୍ରକ୍ରିୟାକରଣ କେନ୍ଦ୍ର ଏବେ ଗ୍ୟାସ ଅଭାବ ଯୋଗୁଁ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛି। ପ୍ରତିବର୍ଷ ସିଜନ୍ ସମୟରେ ଏଠାରେ ପଣସ ପାଉଡର, ପଣସ ଚିପ୍ସ, ଆମ୍ଭୂଲ, ଆମଚୁର ପାଉଡର, ଆମ୍ବସୋଡା ଭଳି ବିଭିନ୍ନ ମୂଲ୍ୟଯୁକ୍ତ ଖାଦ୍ୟ ଉତ୍ପାଦ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଜାଳେଣି ଗ୍ୟାସର ଅଭାବ ଯୋଗୁଁ ଉତ୍ପାଦନ ପ୍ରକ୍ରିୟା ପ୍ରାୟ ଠପ୍ ହୋଇପଡ଼ିଛି।

ଏହି କେନ୍ଦ୍ରରେ ଅଞ୍ଚଳର ଚାଷୀମାନଙ୍କଠାରୁ ପଣସ ଓ ଆମ୍ବ ସଂଗ୍ରହ କରାଯାଇ ପ୍ରକ୍ରିୟାକରଣ ପରେ ବିଭିନ୍ନ ସ୍ଥାନକୁ ବିକ୍ରୟ ପାଇଁ ପଠାଯାଏ। ଏହା ଦ୍ୱାରା ଚାଷୀମାନେ ଉପଯୁକ୍ତ ବଜାର ସୁବିଧା ପାଇବା ସହ ଅତିରିକ୍ତ ଆୟ କରିପାରୁଥିଲେ। କିନ୍ତୁ ଗ୍ୟାସ ସମସ୍ୟା ଯୋଗୁଁ ବର୍ତ୍ତମାନ ଉତ୍ପାଦନ କାର୍ଯ୍ୟ ବନ୍ଦ ରହିଥିବାରୁ ଚାଷୀ ଓ ସଂସ୍ଥା ଉଭୟ ପ୍ରଭାବିତ ହେଉଛନ୍ତି। ପ୍ରକ୍ରିୟାକରଣ କେନ୍ଦ୍ରରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଆଧୁନିକ ଯନ୍ତ୍ରପାତି ସ୍ଥାପନ କରାଯାଇଛି। ହେଲେ ଉତ୍ପାଦନ ବନ୍ଦ ଥିବାରୁ ସେଗୁଡ଼ିକ ଅଚଳ ଅବସ୍ଥାରେ ପଡ଼ିରହିଛି ଏବଂ ଧୀରେ ଧୀରେ ଜଙ୍ଗ ଧରୁଥିବା ଦେଖିବାକୁ ମିଳିଛି।

ସରକାର ଯଦି ଚାଷୀଙ୍କଠାରୁ ସିଧାସଳଖ ଭାବେ ଉତ୍ପାଦ କ୍ରୟ କରି ପ୍ରକ୍ରିୟାକରଣ ଓ ବିପଣନ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତି, ତେବେ ଚାଷୀ ଏବଂ ସରକାର ଉଭୟ ଲାଭବାନ ହୋଇପାରିବେ। ଏଠି କାମ କରୁଥିବା ଲୋକେ ବର୍ତ୍ତମାନ କାମ ହରାଇ ଘରେ ବସି ରହିଛନ୍ତି।

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL