
୬୦ ଦଶକର ପ୍ରାରମ୍ଭରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିବା ପ୍ରଖ୍ୟାତ ଅଭିନେତ୍ରୀ ବିନ୍ଦୁ ସିନେମା ଜଗତର କିଛି ମହାନ କିମ୍ବଦନ୍ତୀ ସହିତ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସୁବର୍ଣ୍ଣ ଯୁଗର ତାରକାମାନଙ୍କ ସହିତ କାମ କରିବା ପରେ, ସେ ୯୦ ଦଶକ ଏବଂ ତା’ପରର ଅଭିନେତାମାନଙ୍କ ସହିତ ମଧ୍ୟ ସ୍କ୍ରିନ୍ ସେୟାର କରିଛନ୍ତି। ସମ୍ପ୍ରତି, ସେ ଚଳଚ୍ଚିତ୍ର ଜଗତରେ ତାଙ୍କ ସମୟର ସ୍ମୃତିକୁ ପୁନର୍ବାର ଜାଗ୍ରତ କରିଛନ୍ତି, ତାଙ୍କ କାରଣରୁ “ଯୋଶିଲା” ଚଳଚ୍ଚିତ୍ରର ସୁଟିଂ ଦୁଇ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା ବୋଲି ସେ ଏକ କାହାଣୀ ସେୟାର କରିଛନ୍ତି।

ଅଭିନେତ୍ରୀ ବିନ୍ଦୁ ‘ଯୋଶିଲା’ ଫିଲ୍ମର ସୁଟିଂ ସମୟର ଏକ କାହାଣୀ ସେୟାର କରିଛନ୍ତି । ୧୯୭୩ ମସିହାର ଏହି ଫିଲ୍ମରେ ସେ ଦେବ ଆନନ୍ଦ, ହେମା ମାଳିନୀ ଏବଂ ରାଖୀ ଗୁଲଜାରଙ୍କ ଭଳି ମହାନ ବ୍ୟକ୍ତିଙ୍କ ସହ କାମ କରିଥିଲେ। ଏହି ଫିଲ୍ମଟି ୟଶ ଚୋପ୍ରା ନିର୍ଦ୍ଦେଶିତ କରିଥିଲେ। ଅଭିନେତ୍ରୀ ପ୍ରକାଶ କରିଥିଲେ ଯେ ତାଙ୍କୁ ହଠାତ୍ ଏକ ଦୃଶ୍ୟ ପାଇଁ ବିକିନି ପିନ୍ଧିବାକୁ କୁହାଯାଇଥିଲା; ତାଙ୍କୁ ଏହା ବିଷୟରେ ପୂର୍ବରୁ ସୂଚନା ଦିଆଯାଇ ନଥିଲା।

YouTuber ଭିକି ଲାଲୱାନୀଙ୍କ ସହିତ ଏକ ସାମ୍ପ୍ରତିକ ସାକ୍ଷାତକାରରେ ଏହି ଘଟଣା ବିଷୟରେ ଅଭିନେତ୍ରୀ କହିଛନ୍ତି, “ମୁଁ ବିକିନି ପିନ୍ଧିବାକୁ ପ୍ରସ୍ତୁତ ନ ଥିବାରୁ ଦୁଇ ଘଣ୍ଟା ପାଇଁ ସୁଟିଂ ବନ୍ଦ କରିଦେଲି । ମୁଁ ୟଶ-ଜିଙ୍କୁ କହିଲି, ‘ଦୟାକରି… ଆପଣ ମୋତେ ଏହା ବିଷୟରେ ପୂର୍ବରୁ କେବେ କହି ନଥିଲେ। ସେଟରେ ପହଞ୍ଚିବା ପରେ ମୁଁ ଏହା ବିଷୟରେ ଜାଣିଲି।”

ବିନ୍ଦୁ ଆହୁରି କହିଛନ୍ତି, ‘ତା’ପରେ ୟଶ-ଜି କହିଥିଲେ,’ ଯଥାସମ୍ଭବ ପାଣି ଭିତରେ ରୁହ। ଆମେ ସେହିଭଳି ସୁଟିଂ କରିବା ଏବଂ କେବଳ ସାଇଡ ଏବଂ ପଛ ସଟ ନେବା | ବିଚରା ଦେବ ଆନନ୍ଦ ଜୀ ଚୁପଚାପ୍ ବସିଲେ ଆଉ କିଛି କହିଲେନି | ପ୍ରାୟ ଦୁଇ ଘଣ୍ଟା ଧରି ସୁଟିଂ ବନ୍ଦ ରହିଲା । ମୁଁ ଭାବୁଥାଏ ସେ କ’ଣ ଭାବୁଥିବେ | କିନ୍ତୁ, ୟଶ ଜୀ ମୋତେ ଆଶ୍ୱାସନା ଦେଇ କହିଥିଲେ, ‘ଆମେ ସମ୍ଭଳି ନେବୁ । ବ୍ୟସ୍ତ ହୁଅ ନାହିଁ। ‘

ଅଭିନେତ୍ରୀ ଆହୁରି କହିଛନ୍ତି , “ସେମାନେ ମୋତେ ପାଣିକୁ ଓଲ୍ହାଇ ଦେଲେ, ସେଠାରୁ ସଟ ନେଲେ , ଏବଂ ତା’ପରେ କେବଳ ସାଇଡ ଏବଂ ପଛରୁ ଫଟୋ ଉଠାଇଲେ। ପରେ, ମୁଁ ସିନେମାଟୋଗ୍ରାଫରଙ୍କୁ ପଚାରିଲି ଏହା କିପରି ଦେଖାଯାଉଛି। ସେ କହିଲେ, ‘ଚିନ୍ତା କରନାହିଁ, ତୁମେ ଭଲ ଦେଖାଯାଉଛ – ଅଶ୍ଳୀଳ ନୁହେଁ।’ ସେ ଏହା କହିବା ପରେ ମୁଁ ଆଶ୍ୱସ୍ତ ଅନୁଭବ କଲି।”

