Saturday, 5 September 2026
ମୁଖ୍ୟ ଖବର ରାଜ୍ୟ ସିନେମା

ଆରପାରିରେ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ଓଡ଼ିଆ ସଙ୍ଗୀତ ଜଗତରେ ଖେଳି ଯାଇଛି ଏକ ଦୁଃଖଦ ଖବର । ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ୮୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ନିଜର ମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ।

ମାଝିରେ, ନିଝୁମ ରାତି ଆଦି ଅନେକ ଲୋକପ୍ରିୟ ଗୀତ ତାଙ୍କ କଣ୍ଠରେ ଆଜି ବି ଜୀବନ୍ତ ହୋଇରହିଛି । ଅନେକ ଦିନ ଧରି ଓଡ଼ିଆ ସଙ୍ଗୀତପ୍ରେମୀଙ୍କୁ ନିଜ ସୁରିଲା କଣ୍ଠରେ ମନୋରଞ୍ଜନ କରିଆସିଥିବା ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଗୀତ ଓ ସଙ୍ଗୀତ ପ୍ରତି ଅବଦାନ ସବୁବେଳେ ଶ୍ରୋତାଙ୍କ ମନରେ ସ୍ମରଣୀୟ ହୋଇ ରହିବ ।

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL