Sunday, 17 May 2026
ବିଜେପି ବିଧାନସଭା ସମାଚାର ରାଜ୍ୟ ରାଜନୀତି ସଂସଦ ସମାଚାର

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକ ତଥା କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେଲେ

– ସଭାପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ପଦାଧିକାରୀ ଯୋଗଦେଲେ
-କାର୍ଯ୍ୟକର୍ତାଙ୍କ ମଧ୍ୟରେ ଉତ୍ସାହ
-ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର,ତା.୨୯/୧୧(ବ୍ୟୁରୋ): ଓଡ଼ିଶାରେ ଡବଲଇଞ୍ଜିନ ସରକାର ଗଠନ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨ୟ ଥର ଲାଗି ଓଡ଼ିଶା ଗସ୍ତରେ ଆସିଛନ୍ତି । ଏନେଇ ସାରା ଓଡ଼ିଶା ଉତ୍ସବମୁଖର ହୋଇଉଠିଛି । ବିଶେଷକରି ଦଳୀୟ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଶ୍ରୀ ମୋଦିଜୀଙ୍କୁ ଦେଖିବା ପାଇଁ ବିମାନବନ୍ଦରଠାରୁ ଆରମ୍ଭ କରି ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକଙ୍କ ଭିଡ଼ ଜମିଥିଲା । ଅପରାହ୍ନରେ ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଇ ମୋଦିଜୀ ରାଜଭବନ ଯାଇଥିଲେ । ଏହି ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ପାରମ୍ପରିକ ଲୋକ ନୃତ୍ୟ, ଗୀତ ଓ ବାଜାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ସନ୍ଧ୍ୟାରେ ମୋଦିଜୀ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ମନ୍ତ୍ରୀ, ସାଂସଦ,ବିଧାୟକ ଓ ପଦାଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହାପରେ ରାତ୍ର ଭୋଜନ କରି ରାଜଭବନକୁ ଫେରିଯାଇଥିଲେ । ସେ ପୋଲିସ ଡିଜି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ଅଶ୍ୱିନୀ ବୈଷ୍ଣବ, ଜୁଏଲ୍ ଓରାମ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଜ୍ୟପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉଷେଣ୍ଡିଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପ୍ରଦାଧିକାରୀମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL