Sunday, 17 May 2026
ଜାତୀୟ ରାଜ୍ୟ ରାଜନୀତି

ପ୍ରୟାଗ ରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

 

ଭୁବନେଶ୍ୱର
୭ ଡିସେମ୍ବର ୨୦୨୪

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି।

ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଅନୀଲ ରାଜଭର ଏବଂ ଖାଦ୍ୟ ଓ ଯୋଗାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଶର୍ମା ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ତାଙ୍କ ବାସ ଭବନରେ ଭେଟି ମହାକୁମ୍ଭ ରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେଇଥିଲେ।

ମହା କୁମ୍ଭ ୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହି ମନ୍ତ୍ରୀ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଗଙ୍ଗା ଜଳରେ ପରିପୂର୍ଣ ଏକ ଶୁଭ କଳସ ଏବଂ ମହାକୁମ୍ଭର ଏକ ଲୋଗୋ ମଧ୍ୟ ପ୍ରଦାନ କରିଥିଲେ।

ଏହି ନିମନ୍ତ୍ରଣ ସମୟରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ତଥା କ୍ରୀଡା ମନ୍ତ୍ରୀ ଶ୍ରୀ ସୂରଜ୍ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL